କନକବ୍ୟୁରୋ: ଯୁବତୀଙ୍କ ମୁଣ୍ଡରୁ ଛୁ୍ଞ୍ଚି ବାହାରିବା ଘଟଣା । ୭୦ରୁ ଅଧିକ ଛୁଂଚି ବାହାରିଥିବା ବେଳେ ଏବେ ପୁଣି ଭୀମସାରରେ ଅସ୍ତ୍ରୋପଚାର କରାଯାଇ ଛୁଂଚି ବାହାର କରାଯାଇଛି । ପ୍ରାୟ ୭ଟି ଛୁଂଚି ଯୁବତୀଙ୍କ ମୁଣ୍ଡରୁ କଢାଯାଇଛି । ସ୍କାନ ରିପୋର୍ଟରେ ଆହୁରି ଅଧକ ଛୁଂଚି ରହିଥିବା ଜଣାପଡିବା ପରେ ପୁଣି ଥରେ ଆରମ୍ଭ ଅସ୍ତ୍ରୋପଚାର କରାଯାଇଥିଲା । ଏକ ୧୦ ଜଣିଆ ଟିମ୍ ପୁଣିଥରେ ଏହି ସର୍ଜରୀ  କରି  ଛୁଂଚି ସବୁ ବାହାର କରିଛନ୍ତି । ସି-ଆର୍ମ ଟେକ୍ନୋଲୋଜିରେ ପରୀକ୍ଷା କରିବା ପରେ ଏହି ଛୁଂଚି ରହିଥିବା ଜଣାପଡିଛି । ସର୍ଜରୀ କରାଯିବା ପରେ ଯୁବତୀ ଜଣକ ଏବେ ସୁସ୍ଥ ରହିଥିବା ସ୍ପଷ୍ଟ କରିଛନ୍ତି ଭୀମସାର ନିର୍ଦ୍ଦେଶକ ଭାବଗ୍ରାହୀ ରଥ ।ଏହି ଘଟଣା ସମ୍ପୁର୍ଣ୍ଣ ବିରଳ ହୋଇଥିବା ବେଳେ ଆଗକୁ ମେହିକାଲ ସାଇନ୍ସରେ କେସ ଷ୍ଟଡି ହିସାବରେ ନିଆଯାଇପାରେ ବୋଲି କହିଛନ୍ତି ନିର୍ଦ୍ଦେଶକ