ମହାନଦୀରେ ଫଶିଗଲେ ହାତୀ ପଲ; ସେପଟେ ସୁନ୍ଦରଗଡରେ ୨୨ ଟିକିଆ ହାତୀ ପଲଙ୍କ ଉପଦ୍ରବ 

ମହାନଦୀରେ ଫଶିଗଲେ ହାତୀ ପଲ; ସେପଟେ ସୁନ୍ଦରଗଡରେ ୨୨ ଟିକିଆ ହାତୀ ପଲଙ୍କ ଉପଦ୍ରବ 

କନକ ବ୍ୟୁରୋ: ମହାନଦୀରେ ଫସିଗଲେ ହାତୀପଲ। ଆଠଗଡ଼, ଉତ୍ତର ବାଙ୍କୀ ସୁବର୍ଣ୍ଣପୁର ମଙ୍ଗଳା ମନ୍ଦିର ନିକଟରେ ଫସି ରହିଛନ୍ତି ତିନି ହାତୀ। ଚନ୍ଦକା ପଟୁ ମହାନଦୀ ପାର ହୋଇ ଆସୁଥିବା ସମୟରେ ନଦୀ ମଧ୍ୟରେ ତିନି ହାତୀ। ଘଟଣା ସ୍ଥଳରେ ଆଠଗଡ଼ ବନ ବିଭାଗ ପହଞ୍ଚି  ହାତୀଙ୍କୁ କିପରି ଅଣାଯାଇପାରିବ ତାହା ଉପରେ ନଜର ରଖିଛନ୍ତି।

ସେପଟେ ସୁନ୍ଦରଗଡ଼ ବଡ଼ଗାଁ ଅଞ୍ଚଳରେ ୨୨ ଟିକିଆ ହାତୀ ପଲଙ୍କ ଉପଦ୍ରବ । ଫସଲ ନଷ୍ଟ କରିବା ସହ ଭାଙ୍ଗିଛନ୍ତି ଘର। ବଡ଼ଗାଁ ଫରେଷ୍ଟ ରେଞ୍ଜର ଦାଣ୍ଡଜମିରା ଅଞ୍ଚଳରେ ଫସଲ ନଷ୍ଟ କରିବା ସହିତ ୪ଟି ଘର ଭାଙ୍ଗିଛନ୍ତି। ହାତୀ ପଲକୁ ଘୋଉଡ଼ାଇବା ପରେ ନିକଟସ୍ଥ ମହାବୀର ପାହାଡରେ ହାତୀମାନେ ରହିଛନ୍ତି। ଯାହାକୁ ନେଇ ସ୍ଥାନୀୟ ଲୋକ ଆତଙ୍କିତ ଅବସ୍ଥାରେ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe