ବେଆଇନ ମାଟି ଚାଲାଣ ବେଳେ ଚଢାଉ । ଏନଫୋର୍ସମେଣ୍ଟ ଟିମର ଚଢାଉ ୬ଟି ଟ୍ରାକ୍ଟର ଓ ଜେସିବି ଜବତ ସହ ୧୦ ଅଟକ ।

Advertisment
ବେଆଇନ ମାଟି ଚାଲାଣ ବେଳେ ଚଢାଉ  । ଏନଫୋର୍ସମେଣ୍ଟ ଟିମର ଚଢାଉ ୬ଟି ଟ୍ରାକ୍ଟର ଓ ଜେସିବି ଜବତ ସହ ୧୦ ଅଟକ  ।

କନକବ୍ୟୁରୋ: ବେଆଇନ ମାଟି ଚାଲାଣ ବେଳେ ଏନଫୋର୍ସମେଣ୍ଟ ଟିମର ଚଢାଉ । ବାଲେଶ୍ୱର ଜିଲ୍ଲା ବାଲିଆପାଳ ତହସିଲ ଅନ୍ତର୍ଗତ କୁଦମାନସିଂ,ଚଡ,ବଢାପାଳ,ଛୋଟଖାନପୁର,କଣ୍ଟାପାଳ,ବିଷ୍ଣୁପୁର ଅଞ୍ଚଳରୁ ବେଆଇନ ଭାବରେ ସୁବର୍ଣ୍ଣରେଖା ନଦୀର ଅବବାହିକାରୁ ବାଲି ଓ ମାଟି ଉତ୍ତଳନ କରି ଚାଲାଣ କରୁଥିବା

୬ ଟି ଟ୍ରାକ୍ଟର ଏବଂ ଗୋଟିଏ ଜେସିବିକୁ ଜବଦ କରିବା ସହିତ ୧୦ ଜଣକୁ ଅଟକ ରଖିଛି ଏନଫୋର୍ସମେଣ୍ଟ ଟିମ,ଏହି ଅଞ୍ଚଳରୁ ପ୍ରତ୍ୟେକ ଦିନ ଶହ ଶହ ଟ୍ରୀପ ବାଲି ଓ ମାଟି ଉତ୍ତଳନ କରି ବିଭିନ୍ନ ସ୍ଥାନକୁ ଚାଲାଣ ହେଉଥିବା ବାଲେଶ୍ୱର ଜିୁଲ୍ଲାପାଲଙ୍କ ନିକଟରେ ଅଭିଯୋଗ ହୋଇ ଆସୁଥିଲା,ତେବେ ଏହି ଅଭିଯୋଗକୁ ଆଧାର କରି ବାଲେଶ୍ୱର ଜିଲ୍ଲାପାଳ ଆଶିଶ ଠାକରେଙ୍କ ନିର୍ଦେଶକ୍ରମେ ବାଲିଆପାଳ ପୋଲିସ ଏବଂ ତହସିଲଦାରଙ୍କ ସହଯୋଗରେ ଏନଫୋର୍ସମେଂଟ ଟିମ ଚଢାଉ କରିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe