କନକ ବ୍ୟୁରୋ: ବାଲେଶ୍ୱର ସଦର ବ୍ଲକ କେଶରପୁର ଗାଁରେ ବିଜୁଳି ସଂଯୋଗକୁ ନେଇ ଗାଁ ଦାଣ୍ଡରେ ଖଣ୍ଡା ବୁଲିବା ଘଟଣା । ସିକୁନ୍ ମାଝି ଏବଂ ଗୋପାଳ ଦଳେଇ ନାମକ ଦୁଇଜଣଙ୍କୁ ଗିରଫ କଲା ସଦର ଥାନା ପୋଲିସ । ସେମାନଙ୍କ ନିକଟରୁ ମାରଣାସ୍ତ୍ର, ବନ୍ଧୁକ ଏବଂ ୩ଟି ଅଫୁଟା ଗୁଳି ଜବତ ହୋଇଛି । ପୋଲିସ ସୂଚନା ଅନୁସାରେ ସେମାନଙ୍କ ନାଁରେ ପୂର୍ବରୁ ଥାନାରେ ଏକାଧିକ ମାମଲା ରହିଛି । ଏହି ଘଟଣାରେ ଆଉ କିଛି ଅପରାଧୀ ଫେରାର ଅଛନ୍ତି । ପୋଲିସ ସେମାନଙ୍କୁ ଧରିବାକୁ ଉଦ୍ୟମ ଚଲାଇଥିବା କହିଛି ।
ବାଲେଶ୍ୱରରେ ବିଜୁଳି ସଂଯୋଗକୁ ନେଇ ଗାଁ ଦାଣ୍ଡରେ ଖଣ୍ଡା ବୁଲିବା ଘଟଣା । ଦୁଇ ଜଣଙ୍କୁ ଗିରଫ କଲା ସଦର ଥାନା ପୋଲିସ
/kanak/media/post_attachments/wp-content/uploads/2020/02/youth-arrested-fff.jpg)