କନକ ବ୍ୟୁରୋ: ଦୀପାବଳିରେ ଅଘଟଣ । ନିଆଁରେ ଜଳିଗଲା ଝିଅ ବାହାଘର ପାଇଁ ରଖିଥିବା ସମସ୍ତ ଆସବାବ ପତ୍ର । ଭଂଜନଗର ଜଗନ୍ନାଥ ପ୍ରସାଦ ବ୍ଲକ କପିଲପଲ୍ଲୀ ଗାଁରୁ ଆସିଲା ଅଭାବନୀୟ ଚିତ୍ର । ଦୀପାବଳି ରାତିରେ ପୂଜାରେ ବ୍ୟବହୃତ କାଉଁରିଆ କାଠି ନିଆଁରୁ ଅଗ୍ନିକାଣ୍ଡ ଘଟି ଜଳି ଯାଇଛି ପାଂଚ ଘର । ଫଳରେ ଗାଁର ମମତା ନାଇକଙ୍କ ଘର ସମ୍ପୁର୍ଣ୍ଣ ଜଳି ଯାଇଛି ।
ଆସନ୍ତା ମାର୍ଗଶୀର ମାସରେ ନିଜ ଝିଅ ବାହାଘର ପାଇଁ ରଖିଥିବା ସମସ୍ତ ଜିନିଷ ପୋଡ଼ି ଜଳି ପାଉଁଶ ହୋଇଯାଇଛି । ଏପରିକି ଏବର୍ଷ ଅମଳ କରି ରଖିଥିବା ୨୨ ବସ୍ତା ଧାନ ବି ସମ୍ପୁର୍ଣ୍ଣ ଜଳି ଯାଇଛି । ଖବର ପାଇ ଅଗ୍ନିାମ ବାହିନୀ ଗାଁରେ ପହଂଚିବା ବେଳକୁ ସବୁ କିଛି ନିଆଁ ଆଁରେ ଭଷ୍ମ ହୋଇଯାଇଥିଲା । ଝିଅ ବାହାଘର ପାଇଁ ରଖିଥିବା କଷ୍ଟ ଉପାର୍ଜିତ ଜିନିଷ ଏବେ ପୁଣି କେଉଁଠି ଆଣିବେ ସେନେଇ ଚିନ୍ତାରେ ମମତାଙ୍କ ପରିବାର ।