ଦୋକାନର ସଟର ତାଡି ସୁନା ଗହଣା ଲୁଟ୍

ଦୋକାନର ସଟର ତାଡି ସୁନା ଗହଣା ଲୁଟ୍

କନକ ବ୍ୟୁରୋ: ଦୋକାନର ସଟର ତାଡି ସୁନା ଗହଣା ଲୁଟ୍ । ଗଂଜାମ ଜିଲ୍ଲା ଚିିକିଟି ବ୍ଲକ ନୂଆ ଗାଁ ଥାନା ଅଞ୍ଚଳର ଚିକିଟି ପେଣ୍ଠ ଗାଁରେ ଥିବା ଶିବାଜୀ ଜୁଏଲର୍ସର ଦୋକାନର କବାଟ ତାଡି ଗହଣା ଲୁଟିନେଇଛନ୍ତି ଦୁର୍ବୃତ୍ତ । ଅଭିଯୋଗ ପାଇବା ପରେ ନୂଆଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସେପଟେ ପୁଲିସ୍ ଜୁଏଲାରୀ ଦୋକାନରେ ଥିବା ସିସିଟିଭିକୁ ଯାଞ୍ଚ କରିବା ସହ ଛାନଭିନ୍ କରୁଥିବା ବେଳେ କେତେ ଭରି ସୁନା ଏବଂ କେଉଁ କେଉଁ ଗହଣା ସବୁ ଚୋରି ହୋଇଛି ଏବେ ପର୍ଯ୍ୟନ୍ତ ଜଣା ପଡିନାହିଁ । ତେବେ ଗହଣା ଦୋକାନରୁ ଲୁଟ ହେବା ଘଟଣା ପୁଲିସ ପାଇଁ ଚ୍ୟାଲେଞ୍ଜ ପାଲଟିଯାଉଛି । ୧୫ ଦିନ ତଳେ ଧାନଘର ଅଞ୍ଚଳର ଏକ ସୋରୁମରୁ ୨ଲକ୍ଷ ୭୦ ହଜାର ଟଙ୍କା ସଟର ତାଡି ଦୁର୍ବୃତ୍ତ ନେଇଯାଇଛନ୍ତି । ଅଞ୍ଚଳରେ ଲୁଟତରାଜ, ରାହାଜାନୀ ଦିନକୁ ଦିନ ବଢିଚାଲିଥିବାରୁ ଲୋକେ ଅସୁରକ୍ଷିତ ମନେ କରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe