କନକବ୍ୟୁରୋ: ଡାକ ନୀରିକ୍ଷକଙ୍କ ନାଁରେ ଆସିଲା ସଙ୍ଗୀନ ଅଭିଯୋଗ। ଅଭିଯୋଗ ଆଣିଲେ ନିଜ ବିଭାଗର ତଳିଆ କର୍ମଚାରୀ। କଟକ ଜିଲ୍ଲା ସାଲେପୁର ଡାକଉପଖଣ୍ଡ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ଡାକ ନୀରିକ୍ଷକ ରଜନୀକାନ୍ତ ବାରିକ ବିବାଦ ଘେରକୁ ଆସିଛନ୍ତି। ରଜନୀକାନ୍ତ ନିଶ୍ଚିନ୍ତକୋଇଲି ଅଧୀନରେ ଥିବା ଖଣ୍ଡସାହି ଉପଡାକଘରକୁ ଇନସପେକ୍ସନ ପାଇଁ ଯାଇଥିବା ବେଳେ ପିଠାପଡ଼ା ବିପିଏମକୁ ଦୁର୍ବ୍ୟବହାର କରିବା ସହ ଜାତିଆଣ ଆକ୍ଷେପ କରିଥିବା ଅଭିଯୋଗ ହୋଇଛି।
ସେହିପରି କୁଦ ଉପଡାକଘରର ଏବିପିଏମ ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି। ଏନେଇ ଉଭୟଙ୍କ ପକ୍ଷରୁ ନିଶ୍ଚିନ୍ତକୋଇଲି ଓ ସାଲେପୁର ଥାନାରେ ଏତଲା ଦିଆଯାଇଛି। ସେପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ରଜନୀକାନ୍ତ। ବରଂ ତଦାରଖ ବେଳେ କାମ ଠିକ୍ ଭାବେ ହୋଇନଥିବା ଦେଖିବା ପରେ ସେ ତାଗିଦ୍ କରିଥିବା କହିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/post_attachments/wp-content/uploads/2024/07/daka.jpg)