କନକବ୍ୟୁରୋ:ରାୟଗଡା କାଶୀପୁରରେ ଅଜଣା ରୋଗରେ ମୃତ୍ୟୁ ଖବରକୁ ନେଇ ଆକ୍ସନ ମୋଡରେ ମୋହନ ସରକାର । ଗଣମାଧ୍ୟମରେ କାଶୀପୁରରେ ଅଜଣା ରୋଗରେ ପଡି ଲୋକଙ୍କ ଜୀବନ ଯିବା ଖବର ବାଜିବା ପରେ ସରକାର ହସ୍ତକ୍ଷେପ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ୱାସ୍ଥ୍ୟବିଭାଗକୁ ରାୟଗଡାର ଆଦିବାସୀ ଅଂଚଳରେ ଅଜଣା ରୋଗ ବ୍ୟାପିବା ପଛର କାରଣ ଖୋଜିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏବେ ବି ବହୁ ଆକ୍ରାନ୍ତ ଚିକିତ୍ସିତ ହେଉଥିବାରୁ ତୁରନ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇ ସ୍ଥିତି ଉପରେ ନିୟନ୍ତ୍ରଣ ଆଣିବାକୁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଅଜଣା ରୋଗ ବ୍ୟାପିଥିବା ମାନୁଷପଦର ଗାଁକୁ ରାସ୍ତା ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ପଂଚାୟତିରାଜ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।