ଅମାନିଆ ସ୍କର୍ପିଓ କାରକୁ ଗୁଳି କରି ଅଟକାଇଲେ ସିଆରପିଏଫ ଯବାନ : ପୁଲିସ ଉପରକୁ ଗାଡି ମଡ଼ାଇ ଓଡ଼ିଶା ଭିତରକୁ ପ୍ରବେଶ କରିଥିଲା ଅମାନିଆ ସ୍କପିଓ

ଅମାନିଆ ସ୍କର୍ପିଓ କାରକୁ ଗୁଳି କରି ଅଟକାଇଲେ ସିଆରପିଏଫ ଯବାନ : ପୁଲିସ ଉପରକୁ ଗାଡି ମଡ଼ାଇ ଓଡ଼ିଶା ଭିତରକୁ ପ୍ରବେଶ କରିଥିଲା ଅମାନିଆ ସ୍କପିଓ

କନକ ବ୍ୟୁରୋ : ଅମାନିଆ ସ୍କର୍ପିଓ କାରକୁ ଗୁଳି କରି ଅଟକାଇଲେ ସିଆରପିଏଫ ଯବାନ । ଅମାନିଆ ଚରମ ସୀମା ଟପି ଯିବାର ଖବର ଆସିଛି ମାଲକାନଗିରି ଜିଲ୍ଲାରୁ । ଆନ୍ଧ୍ରପ୍ରଦେଶର ଚିନ୍ତୁର ଠାରେ ପୁଲିସ ଉପରକୁ ଗାଡି ମଡ଼ାଇ ଓଡ଼ିଶା ଭିତରକୁ ପ୍ରବେଶ କରି ଥିଲା ଅମାନିଆ ସ୍କପିଓ ।

ପ୍ରଥମେ ମୋଟୁ ବର୍ଡର ଚେକ ପଏଂଟ, ପରେ ଏମଭି ୬୭ ଓ ପଡ଼ିଆ ଥାନା ଚେକପୋଷ୍ଟ ଭାଙ୍ଗି ପୁଣି ଛତିଶଗଡ଼ ପହଂଚି ଯାଇଥିଲା ଏହି ସ୍କପିଓ କାର । ଛତିଶଗଡ଼ ଠାରେ ଦୋର୍ନପାଲ, ଇଂଜରାମ, ଏରାବେରା ପରି ୯ଟି ଚେକ ପୋଷ୍ଟ ଭାଙ୍ଗି କୋଂଟା ପହଂଚିବା ପରେ ସେଠାରେ ସିଆପିଏଫର ଯବାନମାନେ ନାକାବନ୍ଦି କରି ରଖିଥିଲେ । ତଥାପି ଗାଡ଼ିଟି ଖସି ପଳେଇବାକୁ ଉଦ୍ୟମ କରୁଥିବା ବେଳେ ୨୨୮ ବାଟାଲିୟନର ଯବାନମାନେ ଗୁଳି କରି କାରଟିକୁ ଅଟକାଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe