କନକ ବ୍ୟୁରୋ: ଏଣିକି ଅନଲାଇନ୍ ସାଇଟ୍ ସ୍ୱିଗି, ଜମାଟୋ ଏବଂ ଅନ୍ୟ ସାଇଟରୁ ଖାଇବା ଅଡର କଲେ ପାର୍ସଲ ନେଇ ଘରେ ପହଞ୍ଚିବ ଡ୍ରୋନ୍ । ଏବେ କୌଣସି ଡେଲିଭରି ବୟ ଅର୍ଡର ପାର୍ସଲ ନେଇକି ଆସିବେ ନାହିଁ । ଡ୍ରୋନ୍ ଦ୍ୱାରା ଘରକୁ ଖାଇବା ପଠାଯିବ । ଏହି ସୁବିଧା ପ୍ରଥମେ ୫ଟି ସହରରେ ଆରମ୍ଭ ହୋଇଛି । ସୂଚାରୁ ରୂପେ ଡ୍ରୋନ୍ ସେବା ଚାଲିଲେ ଆଗକୁ ଅନ୍ୟ ସହରମାନଙ୍କରେ ବ୍ୟବସ୍ଥା କରାଯିବ । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ସହରରେ ଏହି ସେବା ଆରମ୍ଭ ହେବାକୁ ଯାଉଛି । କେତେ ଡ୍ରୋନ୍ ଏଥିପାଇଁ ରଖାଯାଇଛି, ଏବଂ ଏହା ବାବଦରେ ପୂରା ତଥ୍ୟ ।
ଜିପ୍ ଇଲେକ୍ଟ୍ରିକ୍ ନାମକ କମ୍ପାନୀ ଟିଏସଏଡବ୍ଲୁ କମ୍ପାନୀ ସହ ହାତ ମିଳାଇ ଏହି ଡ୍ରୋନ୍ ସେବା ଆଣିବାକୁ ଯାଉଛି । ଯେଉଁ କମ୍ପାନୀଗୁଡିକ ଇଲେକ୍ଟ୍ରିକ୍ ବାଇକ୍ ସାହାର୍ଯ୍ୟରେ ପାର୍ସଲ ଦେଉଥିଲେ, ସେହି କମ୍ପାନୀଗୁଡିକ ଏବେ ଡ୍ରୋନ୍ ବ୍ୟବହାର କରିବେ । ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୨୦୦ ଡ୍ରୋନ୍ ଡେଲିଭରି ପାଇଁ ପ୍ରସ୍ତୁତ ରହିଛନ୍ତି । ଏହି ଡ୍ରୋନ୍ ସେବା ଏବେ ଦିଲ୍ଲୀ-ଏନସିଆର, ବେଙ୍ଗାଲୁରୁ, ହାଇଦ୍ରାବାଦ୍, ମୁମ୍ବାଇ ଏବଂ ପୁଣେରେ ଡିଲିବରି କରିବେ । ଏବେ ଆସନ୍ତୁ ଜାଣିବା ଡେଲିଭରି କରୁଥିବା ଡ୍ରୋନ୍ ସମ୍ପର୍କରେ ।
ଟିଏସଏଡବ୍ଲୁ କମ୍ପାନୀ ଡେଲିଭରି କରିପାରିବା ଭଳି ଡ୍ରୋନକୁ ଡେପଲପ୍ କରିଥାନ୍ତି । କମ୍ପାନୀ ପୂର୍ବରୁ ଅନେକ ଡ୍ରୋନ୍ ତିଆରି କରିସାରିଛି, ଯେଉଁଗୁଡିକ କେବଳ ଡେଲିଭରି ପାଇଁ ଡେଭଲପ୍ କରାଯାଇଛି । ଏହାର ଦୁଇଟି ମଡେଲ ରହିଛି । ଗୋଟିଏ ହେଉଛି ‘ମାରୁତି ୨.୦’ । ଯାହାର ରେଂଜ ରହିଛି ୪୦ କିଲୋମିଟର । ୪୦ କିଲୋମିଟ ଭିତରେ ଯେଉଁସବୁ ଡେଲିଭରି ହେବର ଥିବ ସେହି ସମୟରେ ଏହି ଡ୍ରୋନକୁ ବ୍ୟବହାର କରାଯାଏ । ଅନ୍ୟଟି ହେଉଛି ‘ଆଧାରନା’ । ଏହାର ରେଂଜ ରହିଛି ୧୧୦ କିମି । ଏହି ଦୁଇଟି ମଡେଲ୍ ୫କିଲୋ ପର୍ଯ୍ୟନ୍ତ ଓଜନର ସାମଗ୍ରୀ ଉଠାଇ ଅତି ସହଜରେ ଡେଲିଭରି କରିପାରିବେ ।
ସବୁଠୁ ବଡକଥା ହେଉଛି, ଏହି ଡ୍ରୋନରେ ସ୍ମାର୍ଟ ଲକର ଲଗାଯାଇଛି । ଡେଲିଭରି କରିବାକୁ ଗଲାବେଳେ ଅଡର କରିଥିବା ବ୍ୟକ୍ତି ପାଖକୁ ଏକ ଓଟିପି ପଠାଯିବ । ସେହି ଓଟିପିକୁ ସ୍ମାର୍ଟ ଲକରରେ ଦେଇ ଖୋଲିପାରିବେ ।