କନକ ବ୍ୟୁରୋ: ବନ୍ଦ କଠୋରୀ ଭିତରେ ଇଂଟରଭ୍ୟୁ ଦେଇ କଲେଜ୍ କର୍ତ୍ତୃପକ୍ଷଙ୍କୁ ବ୍ଲାକମେଲ୍ କରିବା ଘଟଣାରେ ସଂପୃକ୍ତ ଯୁବତୀ ଆଜି ଗଣମାଧ୍ୟମରେ ନିଜ ପ୍ରତିକ୍ରିୟା ରଖିଛନ୍ତି । ଯୁବତୀ ଜଣକ କହିଛନ୍ତି, କଲେଜ୍ କର୍ତ୍ତୃପକ୍ଷ ତାଙ୍କୁ ଅଶାଳୀନ ବ୍ୟବହାର କରିଥିଲେ । ତେବେ ୫ ଲକ୍ଷ ଟଙ୍କା ବ୍ଲାକମେଲ୍ କରିବା ଘଟଣା ସେ ଜାଣିନାହାଁନ୍ତି ବୋଲି କହିଛନ୍ତି ।
ଏକ ଘରୋଇ ଇଂଜିନିୟରିଂ କଲେଜର କୌଣସି ପଦବୀ ପାଇଁ ଇଂଟରଭ୍ୟୁ ଦେଇ ୫ ଲକ୍ଷ ଟଙ୍କା ଆଦାୟ କରିଥିବା ଅଭିଯୋଗରେ ସଫେଇ ରଖିଛନ୍ତି ଯୁବତୀ । କହିଛନ୍ତି ଇଂଟରଭ୍ୟୁ ସମୟରେ ତାଙ୍କୁ ଅଶାଳୀନ ବ୍ୟବହାର କରାଯାଇଥିଲା ।
ଅଭିଯୋଗ ଅନୁସାରେ,ଏହି ଅଶାଳିନ ବ୍ୟବହାର ପାଇଁ ଇଂଟରଭ୍ୟୁ ନେଉଥିବା କଲେଜ କର୍ତ୍ତୁପକ୍ଷଙ୍କୁ ୫ ଲକ୍ଷ ଟଙ୍କା ଗଣିବାକୁ ପଡିଲା । ଯୁବତୀ ଜଣକ ଇଂଟରଭ୍ୟୁ ସାରି ବାହାରିଯିବା ପରେ, ଜିମ୍ ବାପି ଗ୍ୟାଙ୍ଗର ଯୁବକ ମାନେ ବ୍ଲାକମେଲ କରି, ୧୦ ଲକ୍ଷ ଟଙ୍କା ମାଗିଥିଲେ । ପ୍ରଥମେ ୫ ଲକ୍ଷରେ କଥା ଛିଡିଥିଲା ଏବଂ ଆଉ ୫ ଲକ୍ଷ ମାଗିବାରୁ ପୁଲିସ ନିକଟରେ ଅଭିଯୋଗ କରିଥିଲେ କଲେଜ କତ୍ତୃପକ୍ଷ ।
ଏବେ ପ୍ରଶ୍ନ ଉଠୁଛି କି, କଲେଜର କେଉଁ ପଦବୀ ପାଇଁ ଇଂଟରଭ୍ୟୁ ହେଉଥିଲା? ଏବଂ ଇଂଟରଭ୍ୟୁ ପାଇଁ ଏହି ଯୁବତୀ ଜଣକୁ କିଏ ଡାକିଥିଲା? ଜିମ୍ ବାପିର ଗ୍ୟାଙ୍ଗ୍ ଏକ ପ୍ଲାନ କରି ଯୁବତୀ ଜଣକୁ ଇଂଟରଭ୍ୟୁ ପାଇଁ ଡାକିଏଭଳି ଟଙ୍କା ଆଦାୟ କରିଛନ୍ତି କି ? ଏହି ଯୁବତୀ ଜଣକଙ୍କ ପାଇଁ ଅନେକ ପ୍ରଶ୍ନ ସୃଷ୍ଠି ହୋଇଛି । ସେ କାହିଁକି ଏବଂ କାହା ଇସାରାରେ ଇଂଟରଭ୍ୟୁ ଦେବାକୁ ଯାଇଥିଲେ ଏବଂ ୫ଲକ୍ଷ ଟଙ୍କା ବ୍ଲାକମେଲ କରି ଆଦାୟ ବିଷୟରେ ତାଙ୍କର ସଂପୃକ୍ତି ରହିଛି ନା ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/04/Sequence-2-01160409.jpg)
/kanak/media/post_attachments/wp-content/uploads/2018/04/vlcsnap-2018-04-16-20h47m27s626-300x240.png)
/kanak/media/post_attachments/wp-content/uploads/2018/04/vlcsnap-2018-04-16-20h48m46s883-300x240.png)
/kanak/media/post_attachments/wp-content/uploads/2018/04/vlcsnap-2018-04-16-20h48m31s411-300x240.png)