ଡାଟା ଲିକ୍ ମାମଲାରେ ଭୁଲ ମାଗିଲେ ଫେସବୁକ ସିଇଓ ଜୁକରବର୍ଗ ! ନିର୍ବାଚନ ପ୍ରଭାବିତ ହେବ ନାହିଁ ବୋଲି ଭାରତକୁ ଦେଲେ ଭରସା

33

କନକ ବ୍ୟୁରୋ: ଡାଟା ଲିକ୍ ମାମଲାରେ ଫେସବୁକର ସିଇଓ ଜୁକରବର୍ଗ ଆମେରିକା କଂଗ୍ରେସ ଆଗରେ ଉପସ୍ଥିତ ରହି ନିଜ ମତ ରଖିଛନ୍ତି । ଆମେରିକା କଂଗ୍ରେସରେ ଜୁକରବର୍ଗଙ୍କୁ ୫ ଘଂଟା ଧରି ଜେରା କରାଯାଇଥିଲା । ୪୪ ଜଣ ସିନେଟର ଜୁକରବର୍ଗଙ୍କୁ ତନ୍ନ ତନ୍ନ ପ୍ରଶ୍ନ କରିଥିଲେ । ସମସ୍ତଙ୍କୁ ୫ ମିନିଟ ଲେଖାଁଏ ସମୟ ଦିଆଯାଇଥିଲା । ଜେରା ବେଳେ କିଛି ସ୍ଥାନରେ ଜୁକରବର୍ଗ ହଡବଡେଇ ଯାଇଥିଲେ ।

ତେବେ ଶୁଣାଣି ସମୟରେ ଦୁଇଟି ବ୍ରେକ ନିଆଯାଇଥିଲା । ଜୁକରବର୍ଗ ଭାରତକୁ ଭରସା ଦେଇଛନ୍ତି, ୨୦୧୯ ନିର୍ବାଚନକୁ ଫେସବୁକ୍ ମାଧ୍ୟମରେ ପ୍ରଭାବିତ ହେବାକୁ ଦେବେ ନାହିଁ । ଏକ ପ୍ରଶ୍ନର ଉତ୍ତରରେ ଜୁକରବର୍ଗ କହିଛନ୍ତି, ଖୁବଶୀଘ୍ର ବ୍ରାଜିଲ, ଭାରତ ଓ ପାକିସ୍ତାନରେ ନିର୍ବାଚନ ହେବ । ମୁଁ ଭରସା ଦେଉଛି ନିର୍ବାଚନ ପ୍ରଭାବତି ନ ହେବା ପାଇଁ ଫେସବୁକ ସବୁପ୍ରକାରର ପଦକ୍ଷେପ ନେବ । ଡାଟା ଲିକ୍ ମାମଲାରେ ଜୁକରବର୍ଗ ପୂର୍ବରୁ କ୍ଷମା ମାଗି ସାରିଛନ୍ତି ।