ମିଜୋରାମରେ ବଦଳିବ ସରକାର । ହାରିଗଲେ ମୁଖ୍ୟମନ୍ତ୍ରୀ ଜୋରମାଥାଙ୍ଗା ।

611

କନକ ବ୍ୟୁରୋ : ମିଜୋରାମରେ ବଦଳିବ ସରକାର । ଭୋଟ୍ ଗଣତିର ଟ୍ରେଣ୍ଡ ଅନୁଯାୟୀ ଆଗରେ ରହିଛି ବିରୋଧୀ ଦଳ ଜେଡପିଏମ୍ । ପଛରେ ପଡିଛି ଶାସକ ଦଳ ଏମଏନଏଫ । ୪୦ ବିଧାନସଭା ଆସନରୁ ୨୭ରୁ ଅଧିକ ଆସନରେ ଜେଡପିଏମ୍ ବା ଜୋରାମ ପିପୁଲ ମୁଭମେଂଟ ଆଗରେ ରହିଥିବା ବେଳେ ଏମଏନଏଫ ୧୦ଟି ଆସନରେ ଆଗୁଆ ରହିଛି । ସେହିପରି ବିଜେପି ୨ଟି ଆସନରେ ଏବଂ କଂଗ୍ରେସ ଗୋଟିଏ ଆସନରେ ଆଗୁଆ ରହିଛି ।

ବଡ କଥା ହେଉଛି ଏବେ ମିଜୋରାମର ମୁଖ୍ୟମନ୍ତ୍ରୀ ଥିବା ଜୋରମାଥାଙ୍ଗା ନିର୍ବାଚନରେ ହାରିଯାଇଛନ୍ତି । ଏବେ ସେ ଅପରାହ୍ୱରେ ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିବେ ବୋଲି ଜଣାପଡିଛି । ଆଇଜଲ ଇଷ୍ଟରୁ ଜୋରମାଥାଙ୍ଗା ନିର୍ବାଚନ ହାରିଯାଇଛନ୍ତି ।