ସମ୍ବାଦ ‘ସାରେଗାମା’ ଓ ‘ବିତର୍କ’ ଜୋନସ୍ତରୀୟ ପ୍ରତିଯୋଗିତା ଆରମ୍ଭ: ଭାଗ ନେଇଛନ୍ତିି ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ

ସମ୍ବାଦ ‘ସାରେଗାମା’ ଓ ‘ବିତର୍କ’ ଜୋନସ୍ତରୀୟ ପ୍ରତିଯୋଗିତା ଆରମ୍ଭ: ଭାଗ ନେଇଛନ୍ତିି ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ

କନକ ବ୍ୟୁରୋ: ସମ୍ବାଦର ଜୋନସ୍ତରୀୟ ‘ସାରେଗାମା’ ଓ ‘ବିତର୍କ’ ପ୍ରତିଯୋଗିତା ଆରମ୍ଭ । ସମ୍ବାଦ ଓ କନକ ନ୍ୟୁଜ୍ ପକ୍ଷରୁ ଆୟୋଜିତ ବିତର୍କ ଏବଂ ସମ୍ବାଦ ଓ ରେଡିଓ ଚକୋଲେଟ୍ ପକ୍ଷରୁ ଆୟୋଜିତ ସାରେଗାମା ପ୍ରତିଯୋଗିତାରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ଭାଗ ନେଇଛନ୍ତି । ପୂର୍ବାହ୍ନ ୧୦ଟାରେ ପ୍ରତିଯୋଗିତା ଆରମ୍ଭ ହୋଇଛି ।

publive-image

ସମ୍ବାଦ ଭବନରେ ଜୋନସ୍ତରୀୟ ବିତର୍କ ପ୍ରତିଯୋଗିତା ଆୟୋଜନ ହୋଇଛି । ସେହିପରି ଭୁବନେଶ୍ୱର ଇଡକଲ ଅଡିଟୋରିୟମରେ ସାରେଗାମା ପ୍ରତିଯୋଗିତା ଅନୁଷ୍ଠିତ ହେଉଛି । ଆଜିର ପ୍ରତିଯୋଗିତାର ବିଜେତା ଆସନ୍ତା ୩ତାରିଖରେ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ । କୃତି ପ୍ରତିଯୋଗିଙ୍କୁ ସମ୍ବାଦ ବାର୍ଷିକ ଉତ୍ସବରେ ସମ୍ବର୍ଦ୍ଧିତ କରାଯିବ ।

publive-image

ଅପରପକ୍ଷରେ କଟକର ରେଭେନସା ବିଶ୍ବବିଦ୍ୟାଳୟ ପରିସରରେ ‘ବିତର୍କ’ ଏବଂ ‘ସାରେଗାମା’ ପ୍ରତିଯୋଗିତା ଅନୁଷ୍ଠିତ ହେଉଥିବା ଜଣାଯାଇଛି। ଠିକ୍ ସେହିପରି ବାଲେଶ୍ବରର ସମ୍ବାଦ ଭବନରେ ମଧ୍ୟରେ ‘ବିତର୍କ’ ଏବଂ ‘ସାରେଗାମା’ ପ୍ରତିଯୋଗିତା ଅନୁଷ୍ଠିତ ହେଉଥିବା ଜଣାଯାଇଛି।ଏହାକୁ ଉପ ଜିଲ୍ଲାପାଳ ଉଦଘାଟନ କରିଥିଲେ। ‘ସାରେଗାମା’ରେ ଭାଗ ନେଇଥିବା ପ୍ରତିଯୋଗୀମାନେ ଲଘୁକଣ୍ଠ ସ˚ଗୀତ ଗାଉଛନ୍ତି। ଏହି ପ୍ରତିଯୋଗିତାର ବିଶେଷତ୍ବ ହେଲା ପ୍ରତିଯୋଗିତା ଶେଷ ହେବା ପରେ ପରେ ହିଁ ଏହାର ବିଚାରକମାନେ କୃତୀ ପ୍ରତିଯୋଗୀଙ୍କ ନାମ ଘୋଷଣା କରିବେ। ଆସନ୍ତା ଅକ୍ଟୋବର ୩ତାରିଖରେ ଭୁବନେଶ୍ବରରେ ଆୟୋଜନ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ସେମାନେ ଭାଗ ନେବେ। ଏଥିରେ ଯେଉଁମାନେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ହେବେ ସେମାନଙ୍କୁ ଅକ୍ଟୋବର ୪ ତାରିଖରେ ‘ସମ୍ବାଦ’ର ବାର୍ଷିକ ଉତ୍ସବ ଅବସରରେ ସମ୍ବର୍ଦ୍ଧିତ କରାଯିବ। କୃତୀ ପ୍ରତିଯୋଗୀଙ୍କ ପାଇଁ ନଗଦ ଅର୍ଥ ରାଶି ପୁରସ୍କାରର ବ୍ୟବସ୍ଥା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe