ସାରା ବିଶ୍ୱରେ ପାଖାପାଖି ୧୭% ଲୋକଙ୍କ କ୍ୟାନସରରେ ମୃତ୍ୟୁ ହୁଏ । କିନ୍ତୁ ହାତୀଙ୍କ କ୍ଷେତ୍ରରେ ଏହା କେବଳ ୫%, ତଥାପି ବି ଏମାନେ ମନୁଷ୍ୟ ବରାବର ବୟସ ବଂଚନ୍ତି- ୭୦ ବର୍ଷ ତଳକୁ । ମନୁଷ୍ୟ ତୁଳନାରେ ହାତୀମାନଙ୍କ ଠାରେ କୋଷ ଗୁଡିକର ସଂଖ୍ୟା ସମ୍ଭାବ୍ୟ ରୂପେ କ୍ୟାନସରରେ ବଦଳିଯାଏ, ପାଖାପାଖି ୧୦୦ ଗୁଣ ଅଧିକ । ହାତୀକୁ କର୍କଟ ରୋଗରୁ ସୁରକ୍ଷା ଦେଉଥିବା ‘ଜୋମ୍ବି’ ନାମକ ଗୁଣସୂତ୍ର ବା ଜିନକୁ ଗବେଷକମାନେ ଚିହ୍ନଟ କରିଛନ୍ତି। ଏହି ଆବିଷ୍କାର ମଣିଷଙ୍କ କର୍କଟ ରୋଗର ନୂତନ ଚିକିତ୍ସା ପାଇଁ ବାଟ ଫିଟାଇବ। ବିଶ୍ୱରେ ପ୍ରତି ୬ ଜଣରେ ଜଣେ କର୍କଟ ରୋଗ କାରଣରୁ ମୃତ୍ୟୁ ମୁଖରେ ପଡୁଛି। କିନ୍ତୁ, ମଣିଷ ଅକ୍ତିଆରରେ ଥିବା ହାତୀମାନଙ୍କ ମଧ୍ୟରୁ ୫% କର୍କଟ ରୋଗାକ୍ରାନ୍ତ ହେଉଛନ୍ତି।

Advertisment

ମାନବ ଓ ହାତୀମାନଙ୍କ ଦେହରେ ଥିବା ମାଷ୍ଟର୍ ଟ୍ୟୁମର୍ ସପ୍ରେସର୍ ଜିନ୍ ଥାଏ। ତାହା ହେଉଛି ପି୫୩। ଏହି ଜିନ୍ ମରାମତି ହୋଇ ନ ପାରି ଥିବା ଡିଏନଏକୁ ଚିହ୍ନଟ କରିଥାଏ। ଚିକାଗୋ ବିଶ୍ୱବିଦ୍ୟାଳୟର ଗବେଷକମାନେ ଜାଣିବାକୁ ପାଇଛନ୍ତି ଯେ ହାତୀ ଦେହରେ ୨୦ କପି ପି୫୩ ଜିନ୍ ଥାଏ। ଏଥି ହାତୀ ଶରୀରରେ ନଷ୍ଟ ହୋଇ କର୍କଟ ରୋଗର କାରଣ ହେଉଥିବା ଡିଏନଏ ଗୁଡ଼ିକୁ ତୁରନ୍ତ ଠାବ କରିଥାଏ।

publive-image

ଏହାଛଡ଼ା ହାତୀ ଦେହରେ ଲ୍ୟୁକେମିଆ ଇନହିବିସନ୍ ଫ୍ୟାକ୍ଟର୍ ୬ (ଏଲଆଇଏଫ୬) ନାମକ କର୍କଟ ରୋଗ ନିରୋଧୀ ଜିନ୍ ଥାଏ। ପି୫୩ ଦ୍ୱାରା ସକ୍ରିୟ ହେବା ପରେ ଏଲଆଇଏଫ୬ ନଷ୍ଟ ହୋଇଥିବା ଡିଏନଏ କୋଷକୁ ହତ୍ୟା କରିଥାଏ। ସବୁ ସମୟରେ ଜିନ୍ ନକଲ କରି ଚାଲନ୍ତି। କିନ୍ତୁ ବେଳେ ବେଳେ ସେମାନେ ଭୁଲ୍ କରି ପକାନ୍ତି। ତାହା ହେଲା ମୃତ ଜିନ୍ ବା ଗୁଣସୂତ୍ର।

ଏଲଆଇଏଫ୬ ଜିନ୍ ତିଆରି କରୁଥିବା ପୁଷ୍ଟିସାର ତୁରନ୍ତ ଜୀବକୋଷର ମୁଖ୍ୟ ଶକ୍ତି ଉତ୍ସ ମାଇଟୋକଣ୍ଡ୍ରିଆକୁ ଚାଲିଯାଏ। ସେ ପୁଷ୍ଟିସାର ମାଇଟୋକୋଣ୍ଡ୍ରିଆକୁ ଫୁଟାଇ ଜୀବକୋଷକୁ ମାରିଥାଏ। ପରେ ଏହି ମୃତ ଜୀବକୋଷ କର୍କଟ ରୋଗର କାରଣ ହୋଇଥାଏ। କିନ୍ତୁ, ହାତୀ ଦେହରେ ଥିବା ଜୋମ୍ବି ଜିନ୍ ଡିଏନଏ ନଷ୍ଟ ହୋଇ ନିଷ୍କ୍ରିୟ ହୋଇପଡ଼ିଥିବା ଜୀବକୋଷଗୁଡ଼ିକୁ ମାରି କର୍କଟ ରୋଗ ହେବାର ଆଶଙ୍କା ଦୂରେଇ ଦେଇଥାଏ।ଜୋମ୍ବି ଜିନର ଏଭଳି କାର୍ଯ୍ୟ ପ୍ରଣାଳୀକୁ ଅନୁଧ୍ୟାନ କରି ମଣିଷ ଶରୀରରେ ସେହିପରି କର୍କଟ ରୋଗର ଚିକିତ୍ସା ପାଇଁ ନୂତନ ଔଷଧ ଉଦ୍ଭାବନ ପାଇଁ ଉଦ୍ୟମ କରିହେବ ବୋଲି ଗବେଷକ କହୁଛନ୍ତି।