ଆଜିକାଲି ସୋଶିଆଲ ମିଡିଆରେ ଏକ ଶିଶୁର ଭୟଙ୍କର ଫଟୋ ଭାଇରାଲ ହେଉଛି । ଯେଉଁଥିରେ ଶିଶୁଟି ମାଂସ ଖାଉଥିବାର ନଜର ଆସୁଛି । ମାତ୍ର ବର୍ଷକର ଶିଶୁର ଏଭଳି ଫଟୋ ଦେଖି ଲୋକ ଆଶ୍ଚର୍ଯ୍ୟରେ । ଏବଂ ଲୋକମାନେ ସନ୍ଦେହରେ ଅଛନ୍ତି କି ସେ ସତରେ ମାଂସ ଖାଏ କି । ଆଜି ଆମେ ଏହି ରହସ୍ୟରୁ ପର୍ଦାଫାଶ କରିବୁ ।
ପ୍ରକୃତରେ ଅଷ୍ଟ୍ରେଲିୟାର କ୍ୱିନ୍ସଲାଣ୍ଡରେ ରହୁଥିବା ଜଣେ ମହିଳା ଏମି ଲୁଇସ୍ ୧ ବର୍ଷ ପୂର୍ବରୁ ପୁଅକୁ ଜନ୍ମ ଦେଇଥିଲେ । ଡାକ୍ତରମାନେ ବହୁତ ମୁସ୍କିଲରେ ପିଲାଟିକୁ ମହିଳାଙ୍କ ଗର୍ଭରୁ ବାହାର କଲେ । କିନ୍ତୁ ବାହାରକୁ ଆସିବାପରେ ପିଲାଟି କାନ୍ଦିଲାନି କି ଶ୍ୱାସ ବି ଚାଲୁନଥିଲା । ଡାକ୍ତରମାନେ ଶୀଘ୍ର ଯାଂଚ କଲେ । ଶିଶୁର ନାଡି ଚାଲୁନଥିଲା । କିନ୍ତୁ ସେମାନେ ଆଶା ନ ଛାଡି ଭଗବାନଙ୍କ ଠାରେ ପ୍ରାର୍ଥନା କଲେ । ପିଲାଟି ପୁଣି ଥରେ ବଂଚିଗଲା । ଲୁଇସ୍ କହିଲେ କି ତାହା କୈାଣସି ଚମତ୍କାର ଠାରୁ କମ୍ ନଥିଲା ।
ଲୁଇସ୍ ନିଜ ପୁଅର ପ୍ରଥମ ଜନ୍ମ ଦିନରେ କିଛି ଅଲଗା କରିବାକୁ ଭାବିଲେ । ଯେଉଁ ଶିଶୁ ମୃତ୍ୟୁ ମୁଖରୁ ଫେରିଲା, ତା’ର ପ୍ରଥମ ଜନ୍ମ ଦିନରେ ଜୋମ୍ବି ଥିମ୍ ଠାରୁ ଭଲ ଫଟୋସୁଟ୍ ଆଉ କ’ଣ ହୋଇପାରେ । ସେଥିପାଇଁ ଲୁଇସ୍ ନିଜ ପୁଅର ଫଟୋ କିଛି ଅଲଗା ଅନ୍ଦାଜରେ କରାଇଲେ, ଯାହାକୁ ଦେଖି ସାରା ଦୁନିଆ ଆଚମ୍ବିତ ହୋଇଗଲା । ଫଟୋରେ ଶିଶୁଟି କେକ୍ ଖାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/11/c1748be61abd1c87e1ffc1f0804a43d1.jpg)
/kanak/media/post_attachments/wp-content/uploads/2018/11/cover-1535460350-300x225.jpg)
/kanak/media/post_attachments/wp-content/uploads/2018/11/kue-otak-manusia-foto-via-Liz-via-Daily-Mail-300x300.jpg)