ଗତ ୬ ମାସ ହେବ ଅନଲାଇନ ଖାଦ୍ୟ ଅର୍ଡରର ମୂଲ୍ୟ ବଢିଯାଇଛି । କମ୍ପାନୀମାନେ ଗୋଟିଏ ପଟେ ଖାଦ୍ୟ ମୂଲ୍ୟ କମାଇଥିବା ବେଳେ ଅନ୍ୟ ପଟେ ଡେଲିଭରୀ ଚାର୍ଜକୁ ଅତ୍ୟଧିକ ବଢାଇ ଦେଇଛନ୍ତି । ଏଥିଯୋଗୁଁ ଲୋକେ ସିଧାସଳଖ ରେଷ୍ଟୁରାଣ୍ଟରୁ ଖାଇବା ମଗାଉଛନ୍ତି । ମୂଲ୍ୟ ବଢାଇବା କାରଣରୁ କିଛି ରେଷ୍ଟୁରାଣ୍ଟ ଉପରେ ମଧ୍ୟ ପ୍ରଭାବ ପଡିବାର ଦେଖିବାକୁ ମିଳିଛି । ଖାଦ୍ୟ ବିକ୍ରି କ୍ଷେତ୍ରରେ କ୍ଷତି ସହିବାକୁ ପଡୁଛି ।
ସୂଚନା ଅନୁଯାୟୀ, ଅକ୍ଟୋବରରୁ ଜମାଟୋ ଓ ଡିସେମ୍ବରରୁ ସ୍ୱିଗୀ ସହ ଯୋଡି ହୋଇଥିବା ରେଷ୍ଟୁରାଣ୍ଟର ବିକ୍ରି ୫ ରୁ ୬ ପ୍ରତିଶତ କମିବାର ନଜର ଆସିଛି । ଜମାଟୋ କିଛି ଦିନ ହେବ ଅନଟାଇମ ଓ ଫ୍ରୀ ଡେଲିଭେରୀ ମଧ୍ୟ ଆରମ୍ଭ କରିଛି । ଯାହା ପାଇଁ ଗ୍ରାହକଙ୍କୁ ୧୦ ଟଙ୍କା ଅଧିକ ଦେବାକୁ ପଡୁଛି । ଗ୍ରାହକଙ୍କୁ ସଠିକ ଟାଇମରେ ଖାଇବା ନପହଞ୍ଚିଲେ ମାଗଣାରେ ମଧ୍ୟ ଖାଇବା ଦିଆଯିବାର ବ୍ୟବସ୍ଥା କରାଯାଇଛି । ଜମାଟୋ ଏହା ସହ ଗୋଲ୍ଡ ମେମ୍ବରସିପ ମଧ୍ୟ ବଢାଇ ଦେଇଛି । ଦୂରତା ହିସାବରେ ଡେଲିଭରୀ ଚାର୍ଜ ମଧ୍ୟ ଲାଗୁ କରିଛି ଏହି ଅନଲାଇନ୍ ଫୁଡ୍ ଡେଲିଭରି ଆପ୍। ଏବେ ଜମାଟୋ ୧୬ ରୁ ନେଇ ୪୫ ଟଙ୍କା ପର୍ଯ୍ୟନ୍ତ ଚାର୍ଜ ବଢାଇଛି ଓ ସ୍ୱିଗୀ ମଧ୍ୟ ଛୋଟ ସହରମାନଙ୍କରେ ଡେଲିଭରୀ ଚାର୍ଜ ବଢାଇବାର ନିଷ୍ପତି ନେଇଛି । ୯୮ ଟଙ୍କାର ଖାଇବା ଅର୍ଡର ଉପରେ ୩୧ ଟଙ୍କା ଓ ତାଠାରୁ ଅଧିକ ଟଙ୍କା ଖାଇବା ଉପରେ ୨୧ ଟଙ୍କା ଧାର୍ଯ୍ୟ କରିଛି । ଖାଇବାର ପ୍ୟାକିଙ୍ଗ ଚାର୍ଜ ମଧ୍ୟ ରଖା ଯିବାର ଶୁଣି ଗ୍ରାହକଙ୍କର ଅସନ୍ତୁଷ୍ଟି ପ୍ରକାଶ ପାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/01/ZOMATO.jpg)
/kanak/media/post_attachments/wp-content/uploads/2020/01/1600x960_155573-swiggyfb-300x180.png)
/kanak/media/post_attachments/wp-content/uploads/2020/01/zomato-swiggy-300x171.jpg)