ଦୁଃଖ ବଖାଣିଲେ ଜମାଟୋ ଡେଲିଭରୀ ବଏ ! କହିଲେ , ଆଘାତ ହୋଇଥିଲେ ମଧ୍ୟ ମୁଁ ଗରିବ ମୋତେ ସବୁ ସହିବାକୁ ପଡିବ ।

ଦୁଃଖ ବଖାଣିଲେ ଜମାଟୋ ଡେଲିଭରୀ ବଏ ! କହିଲେ , ଆଘାତ ହୋଇଥିଲେ ମଧ୍ୟ ମୁଁ ଗରିବ ମୋତେ ସବୁ ସହିବାକୁ ପଡିବ ।

ଫୁଡ୍ ଡେଲିଭରୀ କମ୍ପାନୀ ଜମାଟୋ ଏବଂ ଜଣେ ଗ୍ରାହକଙ୍କ ମଧ୍ୟରେ ହୋଇଥିବା ଧାର୍ମିକ ମାମଲାକୁ ନେଇ ଏବେ ମାମଲା ଗରମ ଥିବା ବେଳେ ଉକ୍ତ ମୁସଲିମ୍ ଡେଲିଭରୀ ବଏ ଫେୟାଜ୍ ଏନେଇ ମୁହଁ ଖୋଲିଛନ୍ତି । ଫେୟାଜ୍ କହିଛନ୍ତି ଯେ ସେ ଏହି ଧାର୍ମିକ ଭେଦଭାବ ଘଟଣାକୁ ନେଇ ଖୁବ୍ ଆହତ ହୋଇଛନ୍ତି । ମଧ୍ୟପ୍ରଦେଶ ଜବଲପୁର ନିବାସୀ ଅମିତ୍ ଶୁକ୍ଲା ନିଜ ଅର୍ଡର କରିଥିବା ଖାଦ୍ୟକୁ କ୍ୟାନସେଲ୍ କରିଥିଲେ କାରଣ ତାଙ୍କୁ ଖାଦ୍ୟ ଡେଲିଭରୀ କରିଥିବା ବ୍ୟକ୍ତିଜଣକ ହିନ୍ଦୁ ସଂପ୍ରଦାୟର ନଥିଲେ । ଅମିତ୍ ଶୁକ୍ଲା ଟ୍ୱିଟରରେ ଲେଖିଥିଲେ , ଜମାଟୋରେ ଗୋଟିଏ ଅର୍ଡର କ୍ୟାନସେଲ୍ କଲି କାରଣ ଜମାଟୋ ଜଣେ ଅଣହିନ୍ଦୁଙ୍କୁ ଖାଦ୍ୟ ଡେଲିଭରୀ କରାଉଥିଲେ । ମୁଁ ଜମାଟୋକୁ ଡେଲିଭରୀ ବଏ ପରିବର୍ତ୍ତନ କରିବାକୁ କହିଲି । କିନ୍ତୁ ଯେତେବେଳେ ଅର୍ଡର କ୍ୟାନସେଲ୍ କଲି ମୋତେ ଟଙ୍କା ଫେରାଇବାକୁ ଜମାଟୋ ମନା କଲା ।

ଏହି ସମ୍ପୁର୍ଣ୍ଣ ମାମଲାରେ ମୁସଲିମ୍ ଡେଲିଭରୀ ବଏ ଫେୟାଜ୍ କହିଛନ୍ତି , ସେ ଖାଦ୍ୟ ଡେଲିଭରୀ ପାଇଁ ଯେତେବେଳେ ଗ୍ରାହକଙ୍କୁ ଫୋନ୍ କରି ଲୋକେସନ୍ ଜାଣିବାକୁ କହିଲେ ଗ୍ରାହକ ଖାଦ୍ୟ କ୍ୟାନସେଲ୍ କରିଥିବା କଥା କହିଥିଲେ । ଫେୟାଜ୍ ଏନେଇ ଦୁଃଖପ୍ରକାଶ କରି କହିଛନ୍ତି , ମୁଁ ଏଥିରେ ଦୁଃଖପ୍ରକାଶ କଲେ କରିବି କ’ଣ ? ଲୋକମାନେ ଯଦି ଏଭଳି କହୁଛନ୍ତିି ତାଙ୍କ ମାନସିକତାକୁ ମୁଁ ପରିବର୍ତ୍ତନ କରିପାରିବି ନାହିଁ । ଗରିବ ହୋଇଥିବାରୁ ମୋତେ ଏସବୁକୁ ସହିବାକୁ ପଡିବ । ଅନ୍ୟପକ୍ଷରେ ଅମିତ୍ ଶୁକ୍ଲାଙ୍କୁ ନିଜ ବ୍ୟବହାରରେ କୌଣସି ପଶ୍ଚାତାପ ନାହିଁ । ଗଣମାଧ୍ୟମ ସହ କଥାବାର୍ତ୍ତା କରି ଅମିତ୍ କହିଛନ୍ତି , କ’ଣ ଭାରତର ବିଚାରରେ ମୋ ଅଭିବ୍ୟକ୍ତିର ସ୍ୱାଧୀନତା ଏବଂ ଧର୍ମ ସାମିଲ୍ ନାହିଁ? ଏବେ ଶ୍ରାବଣ ମାସ ଚାଲିଛି ଏବଂ ଏହା ମୋ ବ୍ୟକ୍ତିଗତ ବ୍ୟାପାର ଯେ ମୁଁ କାହା ହାତରୁ ଖାଇବା ଗ୍ରହଣ କରିବି ଏବଂ କାହା ହାତରୁ ନୁହେଁ ।

publive-image

ଜମାଟୋ ଅମିତ୍ ଙ୍କୁ ଶକ୍ତ ଜବାବ୍ ଦେଇ କହିଥିଲେ , ଖାଦ୍ୟର କୌଣସି ଧର୍ମ ନଥାଏ , ଖାଦ୍ୟ ସ୍ୱୟଂ ଏକ ଧର୍ମ ଅଟେ । ଏହାସହ ଜମାଟୋ ଫାଉଣ୍ଡର ଦିପେନ୍ଦ୍ର ଗୋୟଲ୍ ଟ୍ୱିଟରରେ ଲେଖିଛନ୍ତି ଯେ ଆମେ ଭାରତର ବିଚାର ଏବଂ ଗ୍ରାହକ- ପାର୍ଟନର୍ ଙ୍କ ବିବିଧତାକୁ ନେଇ ଗର୍ବ କରୁଛୁ । ଆମର ଏହି ମୂଲ୍ୟ ପାଇଁ ଯଦି ବ୍ୟବସାୟରେ କୌଣସି କ୍ଷତି ହୁଏ ତେବେ ଆମକୁ ଖରାପ ଲାଗିବ ନାହିଁ । ଜମାଟୋର ଏହି ଜବାବ୍ କୁ ଖୁବ୍ ପସନ୍ଦ କରାଯାଇଛି । ଜମ୍ମୁ-କାଶ୍ମୀରର ପୂର୍ବ ମୁଖ୍ୟମନ୍ତ୍ରୀ ଉମର୍ ଅବଦୁଲ୍ଲା କହିଛନ୍ତି , ଆପଣଙ୍କୁ ଖୁବ୍ ଆଦର କରୁଛି , ଆପଣଙ୍କ ଆପ୍ କୁ ମୁଁ ଖୁବ୍ ପସନ୍ଦ କରେ । କେବଳ ଏତିକି ନୁହେଁ କଂଗ୍ରେସ ନେତା ପି.ଚିଦାମ୍ବରମ୍ ଲେଖିଛନ୍ତି ଯେ ମୁଁ କେବେ ଜମାଟୋ କିମ୍ବା ଅନଲାଇନ୍ ଫୁଡ୍ ରୁ ଖାଦ୍ୟ ଅର୍ଡର୍ର କରିନାହିଁ କିନ୍ତୁ ଭାବୁଛି ଏବେ କରିବି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe