କନକ ବ୍ୟୁରୋ: ବର୍ତ୍ତମାନ ହାତ ପାହାନ୍ତାରେ ସମସ୍ତ ଜିନିଷ ମିଳୁଥିଲେ ବି ଏହା କେତେ ସ୍ୱାସ୍ଥ୍ୟକର ଏବଂ କେତେ ସୁରକ୍ଷିତ ତାହାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଇଥାଏ । ଆଉ ଏହି ସମୟରେ ‘ଜୋମାଟୋ’ ଫୁଡ୍ ଡ଼େଲିଭରି କମ୍ପାନୀ ବୟଙ୍କ କାରାନାମା ସୋସିଆଲ ମିଡ଼ିଆରେ ଭାଇରାଲ ହେବାସହ ଏହାକୁ ନେଇଥ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ଫୁଡ୍ ଡେଲିଭରି ସାଇଟ୍ ‘ଜୋମାଟୋ ଉପରେ ଅନେକ ଅଭିଯୋଗ ପୂର୍ବରୁ ଆସିଥିବା ବେଳେ ଏବେ ‘ଜୋମାଟୋ’ର ଜଣେ ଫୁଡ୍ ଡେଲିଭରି ବଏକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
What is this @Zomato I just placed an order, should I cancel it? pic.twitter.com/L6izWHajpO
— Ankita (@Miss_Takken) December 10, 2018
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଠି ଗ୍ରାହକଙ୍କୁ ଡେଲିଭର କରିବାକୁ ଥିବା ଖାଦ୍ୟକୁ ଡେଲିଭରି ବଏ ଗୋଟେ ଗୋଟେ କରି କାଢ଼ି ଖାଇବାରେ ଲାଗିଥିବାର ଦେଖିବାକୁ ମିଳିଛି । ସଂପୁର୍ଣ୍ଣ ଖାଇଲେ ସନ୍ଦେହ ହେବାର ଆଶଙ୍କା ଥିବାରୁ ପ୍ରତି ପ୍ୟାକେଟକୁ ଖୋଲି ସେଥିରୁ ଟିକେ ଖାଇବା ସହ ତାହାକୁ ପୂର୍ବ ପରି ପ୍ୟାକ୍ କରି ରଖୁଥିବା ଏହି ଭିଡ଼ିଓରେ ଦେଖିବାକୁ ମିଳିଛି । ଏହି ଦୃଶ୍ୟକୁ କେହି ଜଣେ ରେକର୍ଡ କରି ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଏହାକୁ ନେଇ ଏବେ ତୀବ୍ର ପ୍ରତିକ୍ରିୟା ସୋସିଆଲ ମିଡ଼ିଆରେ ଦେଖା ଯାଇଥିବାବେଳେ ଏହି ଭିଡ଼ିଓଟିର ସତ୍ୟାସତ୍ୟ ଜାଣିବା ପାଇଁ ଲୋକମାନେ ଦାବି କରିଥିଲେ ।
We take food tampering very seriously.
For more details: https://t.co/hBApiTzmcI
— Zomato (@Zomato) December 10, 2018
ଏପରିକି କିଛି ଲୋକ ନିଜ ଫୋନରୁ ‘ଜୋମାଟୋ’ ଆପ୍ ହଟାଇବାର କଥା କହିଥିବା ବେଳେ କିଛି ଲୋକ ଏଭଳି କାମକୁ ନେଇ ବିରକ୍ତି ପ୍ରକାଶ କରିଥିବା ଦେଖାଯାଇଛି । ଏନେଇ ସୂଚନା ମିଳିବା ପରେ ଜୋମାଟୋ ତରଫରୁ ଭିଡିଓରେ ନଜର ଆସୁଥିବା ଡେଲିଭରି ବଏକୁ ଚାକିରିରୁ ବାହାର କରି ଦିଆଯାଇଥିବା ଜଣାପଡ଼ିଛି । ତଦନ୍ତ ପରେ ଘଟଣାଟି ମଦୁରାଇରେ ଘଟିଛି ବୋଲି କମ୍ପାନି ପକ୍ଷରୁ କୁହାଯାଇଛି ।