ଅର୍ଡର କ୍ୟାନ୍ସଲ କରିଦେଲେ ଯୁବତୀ, ମୁଥ ମାରି ମୁହଁ ଫଟାଇଦେଲେ ଜୋମାଟୋ ବୟ । ଅଭିଯୋଗ ପରେ ହେଲେ ଗିରଫ

318

କନକ ବ୍ୟୁରୋ: ଜଣେ ଯୁବତୀ ଜୋମାଟୋରୁ ଖାଇବା ଅର୍ଡର କ୍ୟାନ୍ସଲ କରିବା ପରେ ଜୋମାଟୋ ବୟ କିଛି ଏଭଳି କାଣ୍ଡ କରିଥିଲେ ଯାହା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଯୁବତୀ ଜଣକ ଖାଇବା କ୍ୟାନ୍ସଅଲ କରିଦେବାରୁ ଉତ୍ୟକ୍ତ ହୋଇଯାଇଥିଲେ ଜୋମାଟେ ବୟ । ଆଉ ଯୁବତୀଙ୍କୁ ମାରିଥିଲେ ଶକ୍ତ ମୁଥ । ଏହି ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ପୂରା ସତ । ବାଙ୍ଗାଲୋର ସହରରେ ଘଟିଥିବା ଏହି ଘଟଣାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଏନେଇ ଯୁବତୀ ଜଣକ ଅଭିଯୋଗ କରିବା ପରେ ଏବେ ଜୋମାଟୋ ବୟକୁ ଗିରଫ କରିଛି ପୋଲିସ ।

ନିଜ ବ୍ୟସ୍ତବହୁଳ ଜୀବନ ଭିତରେ ଏବେ ସମସ୍ତେ ଅନଲାଇନରେ ଖାଇବା ଅର୍ଡର କରିବାକୁ ପସନ୍ଦ କରୁଛନ୍ତି । ସେହିଭଳି ଜଣେ ଯୁବତୀ ଅନଲାଇନରେ ଖାଇବା ଅର୍ଡର କରି ଏଭଳି ଆକ୍ରୋଶର ଶିକାର ହୋଇଛନ୍ତି । ଯୁବତୀ ଜଣକ ଜୋମାଟୋ ଆପ ଜରିଆରେ ଅନଲାଇନରେ ଖାଇବା ଅର୍ଡର କରିଥିଲେ । ହେଲେ ଅନେକ ସମୟ ଅପେକ୍ଷା କରିଥିଲେ ମଧ୍ୟ ଖାଇବା ତାଙ୍କ ପାଖରେ ପହଞ୍ଚିନଥିଲା । ତେଣୁ ଯୁବତୀ ଜଣକ ଜୋମାଟୋ କଷ୍ଟମର କେୟାରକୁ ଫୋନ କରିଥିଲେ । ଆଉ ଏ ସମ୍ପର୍କରେ ଅଭିଯୋଗ କରିଥିଲେ ।

ଠିକ ସମୟରେ ଖାଇବା ନ ପହଞ୍ଚିବାରୁ ଯୁବତୀ ଜଣକ ଖାଇବା କ୍ୟାନ୍ସଲ କରିଦେଇଥିଲେ । ସେହି ସମୟରେ ଖାଇବା ନେଇ ପହଞ୍ଚିଥିଲେ ଜୋମାଟୋ ବୟ । ହେଲେ ଯୁବତୀ ଜଣକ ଖାଇବା ନେବାକୁ ମନା କରିଦେଇଥିଲେ । ଆଉ ଖାଇବା କ୍ୟାନ୍ସଅଲ କରିଦେଇଛନ୍ତି ବୋଲି ତାଙ୍କୁ ଜଣାଇଥିଲେ । ଏଥିରେ ରାଗିଯାଇଥିଲେ ଜୋମାଟୋ ବୟ । ଯୁବତୀଙ୍କ ସହ ଆରମ୍ଭ କରିଦେଇଥିଲେ ଯୁକ୍ତି । ପରେ ଘରେ ଭିତରେ ଜବରଦସ୍ତି ପଶି ଖାଇବା ରଖିଥିଲେ । ଯୁବତୀ ଏହାକୁ ବାରଣ କରିବାରୁ ଜୋମାଟୋ ବୟ ଜଣକ ତାଙ୍କୁ ଏକ ମୁଥ ମାରିଥିଲେ । ଯେଉଁଥିରେ ଯୁବତୀ ଜଣକଙ୍କର ମୁହଁ ଫାଟି ଯାଇଥିଲେ ।

ଘଟଣା ଘଟାଇବା ପରେ ସେଠାରୁ ଚମ୍ପଟ ମାରିଥିଲେ ଜୋମାଟୋ ବୟ । ଯୁବତୀ ଜଣକ ନିକଟ ହସ୍ପିଟାଲରେ ନିଜର ଚିକିତ୍ସା କରାଇଥିଲେ । ଆଉ ଏ ନେଇ ଥାନାରେ ଅଭିଯୋଗ କରିଥିଲେ । ଏନେଇ ଯୁବତୀ ଜଣକ ଇନଷ୍ଟାଗ୍ରାମରେ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି ।