କନକ ବ୍ୟୁରୋ: ୨ ମାସରୁ ଅଧିକ ଦିନ ହେବ ଲାଗି ରହିଛି ଋଷ- ୟୁକ୍ରେନ ଯୁଦ୍ଧ । ଯୁଦ୍ଧ ଯୋଗୁଁ ୟୁକ୍ରେନର ଅର୍ଥନୀତି ବିପର୍ଯ୍ୟୟ ହୋଇପଡିଛି । ଫଳରେ ଦେଶପାଇଁ ଅର୍ଥ ଯୋଗାଡ କରିବାକୁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦୋମିର ଜେଲେନସ୍କି ବିଭିନ୍ନ ଉପାୟ ଆପଣାଉଛନ୍ତି । ଜେଲେନସ୍କି ନିଜର ଅତିପ୍ରିୟ ଜ୍ୟାକେଟକୁ ୧,୧୦,୦୦୦ ଡଲାରରେ ବା ଭାରତୀୟ ମୁଦ୍ରାରେ ୮୪ ଲକ୍ଷ ୬୦ ହଜାର ଟଙ୍କାରେ ନିଲାମ କରିଛନ୍ତି ।

Advertisment

ଯୁଦ୍ଧ ଯୋଗୁଁ ବିଭିନ୍ନ ସ୍ଥାନରେ ଫଶିଥିବା ଲୋକଙ୍କ ନିକଟରେ ସହାୟତା ପହଞ୍ଚାଇବାକୁ ଏହା ସର୍ବଶ୍ରେଷ୍ଠ ମାଧ୍ୟମ । ଜ୍ୟାକେଟକୁ ଅଧିକ ଟଙ୍କାରେ କିଣି ୟୁକ୍ରେନକୁ ସହାୟତା କରିବାକୁ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଅପିଲ ପରେ ଜ୍ୟାକେଟଟି ପାଖାପାଖି ୨ ଗୁଣା ଅଧିକ ଦାମରେ ନିଲାମ ହୋଇଛି । ବିଭିନ୍ନ ସମୟରେ ଜେଲେନସ୍କି ଏହି ଜ୍ୟାକେଟରେ ନଜର ଆସିଥାନ୍ତି ।
ଯୁଦ୍ଧ ମଧ୍ୟରେ କିଭ୍ ବୁଲି ଦେଖିବା ସମୟରେ ଜେଲେନସ୍କିଙ୍କୁ ଏହି ଜ୍ୟାକେଟ ପିନ୍ଧି ବୁଲୁଥିବାର ଦେଖିବାକୁ ମିଳିଥିଲା । ଏହି ଜ୍ୟାକେଟଟି ମେଣ୍ଢା ଲୋମରେ ପ୍ରସ୍ତୁତ ହୋଇଛି । ଏଥିପାଇଁ ଜେଲେନସ୍କି ବୋରିସ୍ ଜନସନଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।