ଧୋନିଙ୍କ ଝିଅକୁ ସ୍ୱତନ୍ତ୍ର ନିମନ୍ତ୍ରଣ ! ଆମ୍ବାଲାପୁଝା ମନ୍ଦିରରେ ହେବେ ସ୍ୱତନ୍ତ୍ର ଅତିଥି

ଧୋନିଙ୍କ ଝିଅକୁ ସ୍ୱତନ୍ତ୍ର ନିମନ୍ତ୍ରଣ ! ଆମ୍ବାଲାପୁଝା ମନ୍ଦିରରେ ହେବେ ସ୍ୱତନ୍ତ୍ର ଅତିଥି

image courtesy-http://thesocialmonk.com

ପ୍ରଖ୍ୟାତ କ୍ରିକେଟ ତାରକା ମହେନ୍ଦ୍ର ସିଂହ ଧୋନିଙ୍କ ଝିଅ ଜିଭା ଏବେ ବେଶ୍ ଚର୍ଚ୍ଚାରେ ଅଛନ୍ତି। ଜିଭାଙ୍କର ବୟସ ମାତ୍ର ଦୁଇ ବର୍ଷ। କିନ୍ତୁ ସୋସିଆଲ ମିଡିଆରେ ଧମାଲ କରୁଛନ୍ତି ଜିଭା । ତାଙ୍କର ପ୍ରତ୍ୟେକ ଭିଡିଓକୁ ସୋସିଆଲ ମିଡିଆରେ ଜବରଦସ୍ତ ରେସପନ୍ସ ମିଳୁଛି । ନିକଟରେ ଜିଭା ତାଙ୍କ ବାପାଙ୍କୁ ଏକ ଫୁଟବଲ୍ ମ୍ୟାଚ୍ରେ ପାଣି ବୋତଲ ଦେଉଥିବାର ଦୃଶ୍ୟ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଥିଲା। ବିରାଟ କୋହ୍ଲିଙ୍କ ଅଲ୍ ହାର୍ଟ ଏଫସି ସାଇଟ୍ ଓ ଅଭିଷେକ ବଚ୍ଚନଙ୍କ ଅଲ୍ ଷ୍ଟାରସ୍ ଏଫସିଙ୍କ ମଧ୍ୟରେ ଅନୁଷ୍ଠିତ ସେଲିବ୍ରେଟି କ୍ଲାସିକୋ ଫୁଟବଲ୍ ମ୍ୟାଚର ଶେଷରେ ଜିଭା ଧୋନିଙ୍କୁ ପାଣି ବୋତଲ ଦେଇଥିଲେ। ସେତେବେଳେ ଏହି ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରିଥିଲା ।

ziva-dhoniଏବେ ଜିଭାଙ୍କର ଅନ୍ୟ ଏକ ଭିଡିଓ ତାଙ୍କର ସୋସିଆଲ ମିଡିଆ ଆକାଉଣ୍ଟ ଇନଷ୍ଟାଗ୍ରାମରେ ଚହଳ ସୃଷ୍ଟି କରିଛି । ଜିଭାଙ୍କ ନାଁରେ ଇନଷ୍ଟାଗ୍ରାମରେ ଏକ ଆକାଉଣ୍ଟ ରହିଛି । ଏଥିରେ ତାଙ୍କୁ ୫୦ ହଜାର ଲୋକ ଫଲୋ କରୁଛନ୍ତି । ଏହା ଜରିଆରେ ସେ ପୁଣି ଲୋକଙ୍କ ହୃଦୟ ଜିଣିବାରେ ସକ୍ଷମ ହୋଇଛନ୍ତି।

ଏହି ଭିଡ଼ିଓରେ ଜିଭା ଏକ ଗୀତ ଗାଉଥିବାର ଦେଖିବାକୁ ମିଳିଛି ।ଏହା କୌଣସି ଲୋରି କିମ୍ବା ହିନ୍ଦୀ ଗୀତ ନୁହେଁ ବରଂ ୧୯୯୨ରେ ମୁକ୍ତିଲାଭ କରିଥିବା ମାଲାୟଲମ ସିନେମା ‘ଅଦୈତମ’ର ଗୀତ । ଏହି ଗୀତ ତାଙ୍କୁ ଆଇ ଶିଲା ଶିଖାଇଛନ୍ତି । ଭିଡିଓରେ ଜିଭା ଏହି ଗୀତ ଅତି ସୁନ୍ଦର ଭାବେ ବୋଲିଛନ୍ତି । ଜିଭାଙ୍କର ଆଇ ମୂଳତଃ କେରଳର ବାସିନ୍ଦା । ତେବେ ଏହି ଗୀତ ଗାଇବା ପରେ ଏବେ ସେ ସେଲିବ୍ରିଟି ପାଲଟିଯାଇଛନ୍ତି । ଜିଭାଙ୍କର ଗୀତ ଶୁଣିବା ପରେ ଅମ୍ବାଲାପୁଝା ଶ୍ରୀକୃଷ୍ଣ ମନ୍ଦିରରେ ଅନୁଷ୍ଠିତ ଏକ ବିଶେଷ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେବାକୁ ତାଙ୍କୁ ନିମନ୍ତ୍ରଣ ଦିଆଯାଇଛି। ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆଗାମୀ ବର୍ଷ ଜାନୁଆରୀ ୧୪ ତାରିଖରେ ଅନୁଷ୍ଠିତ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe