ଗରିବ ପିଲାଙ୍କ ଡାକ୍ତରୀ ପଢିବା ସ୍ୱପ୍ନକୁ ପୂରଣ କରୁଛି ଜିନ୍ଦଗୀ ଫାଉଣ୍ଡେସନ୍ । ବିନା ଖର୍ଚ୍ଚରେ ମେଡିକାଲ ପ୍ରବେଶିକା ପରୀକ୍ଷା ପାଇଁ ଦେଉଛି ପ୍ରଶିକ୍ଷଣ
କନକ ବ୍ୟୁରୋ: ଜୀବନର ଦୋଛକିରେ ଯେତେବେଳେ ସବୁଆଡେ ଅନ୍ଧାର ଦିଶୁଥିଲା । ଟଙ୍କା ଅଭାବରୁ ପାଠ ପଢାରେ ଲାଗିଯାଇଥିଲା ଡୋରି, ସ୍ୱପ୍ନ ଗୁଡିକ ଭାଙ୍ଗି ଚୁରମାର ହେଇଯାଉଥିଲା । ଠିକ ସେତିକିବେଳେ ଆଗକୁ ବଢିବା ପାଇଁ ଆଶା ବାଡି ସାଜିଲା ଜିନ୍ଦଗୀ ଫାଉଣ୍ଡେସନ । ଦିନ ମଜୁରିଆ ତଥା ଭୂମିହୀନ ଚାଷୀଙ୍କ ମେଧାବୀ ପୁଅ ଝିଅ ବି ଡାକ୍ତର ହୋଇପାରନ୍ତି ଏହି ସ୍ୱପ୍ନକୁ ବାସ୍ତବ ରୂପ ଦେଇଛି ଜିନ୍ଦଗୀ ଫାଉଣ୍ଡେସନ ।

Kanak News is now on WhatsApp
Join and get latest news updates delivered to you via WhatsApp
- ଅମ୍ରିତା ସାହୁ
- ନିଟ୍ ରାଙ୍କ – ୭୫୮୦
ଯାଜପୁର ବ୍ଲକ ଭୁବନେଶ୍ୱର ପଞ୍ଚାୟତ କୁନିନ୍ଦା ଗାଁରେ ଅମ୍ରିତା ସାହୁଙ୍କ ଘର । ଦିନ ମଜୁରିଆ ଭାବେ କାମ କରି ପରିବାର ଚଳାନ୍ତି ବାପା ଅକ୍ଷୟ ସାହୁ । ଝିଅର ମେଡିକାଲ କୋଚିଂ ପାଇଁ ସେତେ ସମ୍ବଳ ନଥିଲା । ଡାକ୍ତର ହେବାର ସ୍ୱପ୍ନରେ ଯବନିକା ପଡିବାକୁ ଯାଉଥିବାବେଳେ ଆଗକୁ ବଢିବାର ବାଟ ଦେଖାଇଥିଲା ଜିନ୍ଦଗୀ ଫାଉଣ୍ଡେସନ । ଜିନ୍ଦେଗୀ ଅନୁଷ୍ଠାନ ସଂପୂର୍ଣ୍ଣ ମାଗଣାରେ ପାଠପଢ଼ା,କୋଚିଂ,ରହିବା ଓ ଖାଇବାର ସୁଯୋଗ ଦେଇଥିଲା । ଆଉ ଆଜି ଅମ୍ରିତା ନିଟ ପରୀକ୍ଷାରେ ୬୩୬ ମାର୍କ ରଖିବା ସହ ଭାରତରେ ୭୫୭୯ ରାଙ୍କରେ ରହିଛନ୍ତି ।
- ଦିନ ମଜୁରିଆ ଓ ଚାଷୀଙ୍କ ପୁଅ ନିଟରେ ସଫଳ
- ସ୍ୱପ୍ନ ସତ କଲା ଜିନ୍ଦେଗୀ ଫାଉଣ୍ଡେସନ
ଠିକ ସେହିପରି ଢେଙ୍କାନାଳ ଜିଲ୍ଲା ବନମାଳି ପ୍ରସାଦର ମଳୟ ସାହୁ ନିଜର କଠିନ ଅଧ୍ୟବସାୟ ଓ ନିଷ୍ଠା ବଳରେ ନିଟରେ ସଫଳ ହୋଇଛନ୍ତି । ମଳୟଙ୍କ ବାପା ବି ଦିନ ମଜୁରିଆ । ମେଡିକାଲ କୋଚିଂ ପାଇଁ ଅର୍ଥ ସାଜିଥିଲା ବାଧକ । କିନ୍ତୁ ଡାକ୍ତର ହେବାର ସ୍ୱପ୍ନକୁ ଯେମିତି ବାସ୍ତବ ରୁପ ଦେଇଛି ଜିନ୍ଦଗୀ ଫାଉଣ୍ଡେସନ । ଚଳିତ ନିଟ ପରୀକ୍ଷାରେ ମଳୟ ୬୩୫ ମାର୍କ ରଖି ୭୯୫୭ ର୍ୟାଙ୍କ ରଖିଛନ୍ତି । ଗରିବ ଚାଷୀର ପୁଅ ଡାକ୍ତର ହେବ ଏଭଳି କଥା କେବେ ସ୍ୱପ୍ନରେ ବି ଦେଖିନଥିଲେ ସ୍ୱରାଜଙ୍କ ପରିବାର ଲୋକ । ବାପା ଚାଷୀ କରି ଜୀବନର ଲଢେଇ ଲଢୁଥିବାବେଳେ ମା ଅମିତା କର୍କଟ ସହ କରୁଛନ୍ତି ସଂଗ୍ରାମ । ସ୍ୱରାଜଙ୍କ ସ୍ୱପ୍ନ ଥିଲା ଡାକ୍ତର ହେବାର । ଆଉ ଏହି ସ୍ୱପ୍ନ ପୁରା କରିଛି ଜିନ୍ଦଗୀ ଫାଉଣ୍ଡେସନ । ଏଥର ନିଟରେ ୧୯୮୪୫ ର୍ୟାଙ୍କ ରଖିଛନ୍ତି ।
ଟଙ୍କା ଅଭାବରୁ ଭଲ ପ୍ରଶିକ୍ଷଣ ନପାଇ ଡାକ୍ତର ହୋଇପାରିନଥିଲେ ଅଜୟ ବାହାଦୁର ସିଂ । ନିଜେ ସିନା ଡାକ୍ତର ହୋଇପାରିଲେନି କିନ୍ତୁ ଅନେକ ଛାତ୍ରଛାତ୍ରୀଙ୍କର ଡାକ୍ତର ହେବାର ସ୍ୱପ୍ନକୁ ପୁରା କରୁଛନ୍ତି ଅଜୟ ବାହାଦୁର ସିଂ । ଗରିବ ଶ୍ରେଣୀ ତଳେ ରହିଥିବା ମେଧାବୀ ଚାତ୍ରଛାତ୍ରୀଙ୍କୁ ମାଗଣାରେ ମେଡିକାଲ କୋଚିଂ ଦେଉଛି ଅଜୟ ବାହାଦୁରଙ୍କର ଜିନ୍ଦଗୀ ଫାଉଣ୍ଡେସନ । ତେବେ ଡାକ୍ତର ହେବାର ସ୍ୱପ୍ନ ଦେଖିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଅର୍ଥ ବାଧକ ସାଜୁଥିଲେ ସାହାଯ୍ୟର ହାତ ବଢାଇଛି ଜିନ୍ଦଗୀ ପାଉଣ୍ଡେସନ ।