ପ୍ରତିଭା ଏବଂ ଦୃଢ ଇଚ୍ଛାଶକ୍ତି ଥାଇ ଡାକ୍ତର ହେବାକୁ ସ୍ୱପ୍ନ ଦେଖୁଥିବା ପ୍ରତ୍ୟେକ ବିଦ୍ୟାର୍ଥୀ ଅର୍ଥାଭାବରୁ ନିଜର ସ୍ୱପ୍ନକୁ ଅଧାରୁ ଛାଡନ୍ତୁ ନାହିଁ

116

କନକ ବ୍ୟୁରୋ : ଏହି ଚିନ୍ତାଧାରାରେ ଜିନ୍ଦେଗୀ ଫାଉଣ୍ଡେସନର ଶୁଭାରମ୍ଭ କରାଯାଇଥିଲା । ନିଟ୍ -୨୦୨୦ ପରୀକ୍ଷାରେ ସମସ୍ତ ୧୯ ଜଣ ବିଦ୍ୟାର୍ଥୀ ଉତ୍ତମ ପ୍ରଦର୍ଶନ କରି ଇତିହାସ ସୃଷ୍ଟି କରିଛି ଜିନ୍ଦେଗୀ ଫାଉଣ୍ଡେସନ୍ । ସେହିଭଳି ନିଟ୍ -୨୦୧୮ ରେ ୧୮ ଛାତ୍ର ଛାତ୍ରୀ ଓ ୨୦୧୯ ରେ ସମସ୍ତ ୧୪ ଛାତ୍ର ଛାତ୍ରୀ ସରକାରୀ ଡାକ୍ତରୀ କଲେଜରେ ନାମ ଲେଖାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ଚଳିତବର୍ଷ ଜିନ୍ଦେଗୀ ଫାଉଣ୍ଡେସନ ଚୟନ ପରୀକ୍ଷା ୫ ନଭେମ୍ବର ୨୦୨୦ ତାରିଖକୁ ଧାର୍ଯ୍ୟ କରାଯାଇଛି । ଜିନ୍ଦେଗୀ ତରଫରୁ ବିଦ୍ୟାର୍ଥୀ ମାନଙ୍କୁ ଶତ ପ୍ରତିଶତ ବିନା ଦେୟରେ ମେଡିକାଲ କୋଚିଂ ସହ ରହିବା, ଖାଇବା ଓ ସମସ୍ତ ପଢିବା ସାମଗ୍ରୀ ଏହି ଫାଉଣ୍ଡେସନ ଦ୍ୱାରା ଯୋଗାଇ ଦିଆଯାଇଥାଏ ।
ଅନୁଷ୍ଠାନର ପ୍ରତିଷ୍ଠାତା ଅଜୟ ବାହାଦୁର ସିଂ ନିଟ୍ -୨୦୧୯ ପରୀକ୍ଷା ଫଳରେ ଉତ୍ସାହିତ ହୋଇ ଚଳିତ ୨୦୨୧ ରେ କିଭଳି ଅଧିକରୁ ଅଧିକ ଛାତ୍ର ଛାତ୍ରୀ ଏହି ଫାଉଣ୍ଡେସନ ଜରିଆରେ ଶିକ୍ଷାଗ୍ରହଣ କରିପାରିବେ ତାହାର ନିର୍ଣ୍ଣୟ ନେଇଛନ୍ତି । ଏହା ଶ୍ରୀ ସିଂ ଙ୍କର ଛାତ୍ର ଛାତ୍ରୀ ମାନଙ୍କ ପ୍ରତି ସ୍ନେହ, ସେବାମନୋଭାବ ଓ ସମାଜସେବାର ଏକ ଜ୍ୱଳନ୍ତ ଉଦାହରଣ ଅଟେ । ସେ ନିଜର ଅଦ୍ୟମ ଚେଷ୍ଟା ଏବଂ ଦୃଢ ସଂକଳ୍ପ ବଳରେ ଆରମ୍ଭରୁ ଓଡିଶାର ସ୍ୱଳ୍ପ ଛାତ୍ର ଛାତ୍ରୀ ମାନଙ୍କ ସହାୟତାରେ କରିଥିବା ବେଳେ ବର୍ତ୍ତମାନ ରାଜ୍ୟର ପୁର ପଲ୍ଲୀରୁ ଆରମ୍ଭ କରି ସହର ଓ ନଗର ପର୍ଯ୍ୟନ୍ତ ଯୋଗ୍ୟ ପ୍ରତିଭାଧାରି ମେଧାବୀ ଛାତ୍ର ଛାତ୍ରୀଙ୍କୁ ଚୟନ କରିବା ପାଇଁ ଦୃଢ ସଂକଳ୍ପ କରିଛନ୍ତି ।

ଶ୍ରୀ ସିଂ ବିଗତ ୩ ବର୍ଷର ପ୍ରଦର୍ଶନ ଦ୍ୱାରା ଉତ୍ସାହିତ ହୋଇ କହିଛନ୍ତି କି ଯେଉଁ ଉର୍ଦ୍ଦେଶ୍ୟରେ ଜିନ୍ଦେଗୀ ଫାଉଣ୍ଡେସନ ସ୍ଥାପନ କରାଯାଇଥିଲା ତାହା ଏବେ ସାକାର ହୋଇପାରିଛି । ଏହି ଫାଉଣ୍ଡେସନ ବାବଦରେ ଶ୍ରୀ ସିଂ କହିଛନ୍ତି ଯେ ଏଠାରେ ନାମ ଲେଖାଇବା ପାଇଁ ପ୍ରଥମେ ପ୍ରବେଶିକା ପରୀକ୍ଷା ମାଧ୍ୟମରେ ଏକ ସଂକ୍ଷିପ୍ତ ତାଲିକା ପ୍ରସ୍ତୁତ କରାଯାଇଥାଏ । ଉକ୍ତ ତାଲିକାରେ ସ୍ଥାନ ପାଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ଏକ ସାକ୍ଷାତକାର ପରୀକ୍ଷାରେ ଉର୍ତ୍ତୀର୍ଣ୍ଣ ହେବାକୁ ପଡିଥାଏ । ଏହା ସେହି ଛାତ୍ର ଛାତ୍ରୀ ମାନଙ୍କ ପାଇଁ କରାଯାଇଥାଏ ଯାହା ପରିବାରର ବାର୍ଷିକ ଆୟ ୧.୫ ଲକ୍ଷ ଟଙ୍କାରୁ କମ୍ ହୋଇଥିବ । ଶ୍ରୀ ସିଂ ଙ୍କ ପ୍ରଚେଷ୍ଠା ଯେ ସମାଜରେ ସବୁଠାରୁ ଆର୍ଥିକ ଦୂର୍ବଳ ବ୍ୟକ୍ତି ମାନଙ୍କ ପାଖରେ ପହଞ୍ଚି ଅର୍ଥାଭାବ ଯୋଗୁଁ ଡାକ୍ତର ହେବାର ସ୍ୱପ୍ନ ଦେଖୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ଗ୍ରହଣ କରିବା ।

ଶ୍ରୀ ସିଂ ନିଜେ ଜଣେ ଡାକ୍ତର ହେବାକୁ ସ୍ୱପ୍ନ ଦେଖୁଥିବା ସମୟରେ ନିଜ ପିତାଙ୍କ ଶାରିରୀକ ଅସୁସ୍ଥତା କାରଣରୁ ଆର୍ଥିକ ଅନାଟନରେ ଶିକାର ହୋଇ ନିଜର ପାଠ ପଢା ଅଧାରୁ ତ୍ୟାଗ କରିଥିଲେ । ତେଣୁ ଯେତେବେଳେ ଜିନ୍ଦେଗୀ ଫାଉଣ୍ଡେସନରୁ ଛାତ୍ର ଛାତ୍ରୀ ମାନେ ଡାକ୍ତର ହେବାର ଦେଖନ୍ତି ସେ ଅନୁଭବ କରନ୍ତି ଯେ ତାଙ୍କର ଡାକ୍ତର ହେବାର ସ୍ୱପ୍ନ ସାକାର ହୋଇଛିା ଆଗାମୀ ପରୀକ୍ଷା ୫ ନଭେମ୍ବର ୨୦୨୦ କୁ ଧାର୍ଯ୍ୟ କରାଯାଇଛି । ଏବଂ ଏହାର ବିସ୍ତୃତ ସୂଚନା ପାଇଁ ମୋବାଇଲ ନମ୍ବର ୭୦୦୮୦୦୩୦୦୦ ରେ ଯୋଗା ଯୋଗ କରିପାରିବେ ।