ୱେଷ୍ଟଇଣ୍ଡିଜ ପରେ ବିଶ୍ୱକପରୁ ବାଦ ପଡିଲା ଜିମ୍ବାୱେ, କ୍ୱାଲିଫାୟର ମ୍ୟାଚରେ ସ୍କଟଲ୍ୟାଣ୍ଡ ଠାରୁ ପରାଜିତ

ୱେଷ୍ଟଇଣ୍ଡିଜ ପରେ ବିଶ୍ୱକପରୁ ବାଦ ପଡିଲା ଜିମ୍ବାୱେ, କ୍ୱାଲିଫାୟର ମ୍ୟାଚରେ ସ୍କଟଲ୍ୟାଣ୍ଡ ଠାରୁ ପରାଜିତ

କନକ ବ୍ୟୁରୋ : ୨୦୨୩ ବିଶ୍ୱକପ କ୍ୱାଲିଫାୟର ମ୍ୟାଚରେ ସ୍କଟଲ୍ୟାଣ୍ଡ ଠାରୁ ଜିମ୍ବାୱେ ପରାଜିତ ହୋଇଛି । ଏହି ପରାଜୟ ପରେ ଜିମ୍ବାୱେ ଟିମ୍ ପାଇଁ ୨୦୨୩ ବିଶ୍ୱକପ ଖେଳିବା ସ୍ୱପ୍ନ ପାଲଟି ଯାଇଛି । ଆଜିର କ୍ୱାଲିଫାୟର ମ୍ୟାଚରେ ସ୍କଟଲ୍ୟାଣ୍ଡ ଜିମ୍ବାୱେକୁ ୩୧ ରନରେ ପରାଜିତ କରିଛି । ଆଜି ଜିମ୍ବାୱେକୁ ପରାଜିତ କରିବା ପରେ ସ୍କଟଲ୍ୟାଣ୍ଡ ଚତୁର୍ଥ ଥର ପାଇଁ ବିଶ୍ୱକପ ଖେଳିବାର ସୁଯୋଗ ପାଇଛି ।

ଆଜିର ମ୍ୟାଚରେ ସ୍କଟଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୨୩୪ ରନ କରିଥିଲା । ହେଲେ ଜିମ୍ବାୱେ ଏହା ପୂର୍ବ କ୍ୱାଲିଫାୟର ମ୍ୟାଚରେ ଯେଭଳି ପ୍ରଦର୍ଶନ କରୁଥିଲା ସେହି ତୁଳନାରେ ଆଜି ୨୩୪ ରନ କରିବା ଅତି ସହଜ ମନେ ହେଉଥିଲା । ହେଲେ ଜିମ୍ବାୱେ ଟିମ୍ ପୂରା ୪୧.୧ ଓଭର ଖେଳି ୨୦୩ ରନ କରିବା ସହ ଅଲ ଆଉଟ ହୋଇଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe