କନକ ବ୍ୟୁରୋ : ୨୦୨୩ ବିଶ୍ୱକପ କ୍ୱାଲିଫାୟର ମ୍ୟାଚରେ ସ୍କଟଲ୍ୟାଣ୍ଡ ଠାରୁ ଜିମ୍ବାୱେ ପରାଜିତ ହୋଇଛି । ଏହି ପରାଜୟ ପରେ ଜିମ୍ବାୱେ ଟିମ୍ ପାଇଁ ୨୦୨୩ ବିଶ୍ୱକପ ଖେଳିବା ସ୍ୱପ୍ନ ପାଲଟି ଯାଇଛି । ଆଜିର କ୍ୱାଲିଫାୟର ମ୍ୟାଚରେ ସ୍କଟଲ୍ୟାଣ୍ଡ ଜିମ୍ବାୱେକୁ ୩୧ ରନରେ ପରାଜିତ କରିଛି । ଆଜି ଜିମ୍ବାୱେକୁ ପରାଜିତ କରିବା ପରେ ସ୍କଟଲ୍ୟାଣ୍ଡ ଚତୁର୍ଥ ଥର ପାଇଁ ବିଶ୍ୱକପ ଖେଳିବାର ସୁଯୋଗ ପାଇଛି ।
ଆଜିର ମ୍ୟାଚରେ ସ୍କଟଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୨୩୪ ରନ କରିଥିଲା । ହେଲେ ଜିମ୍ବାୱେ ଏହା ପୂର୍ବ କ୍ୱାଲିଫାୟର ମ୍ୟାଚରେ ଯେଭଳି ପ୍ରଦର୍ଶନ କରୁଥିଲା ସେହି ତୁଳନାରେ ଆଜି ୨୩୪ ରନ କରିବା ଅତି ସହଜ ମନେ ହେଉଥିଲା । ହେଲେ ଜିମ୍ବାୱେ ଟିମ୍ ପୂରା ୪୧.୧ ଓଭର ଖେଳି ୨୦୩ ରନ କରିବା ସହ ଅଲ ଆଉଟ ହୋଇଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/07/44.jpg)