କନକ ବ୍ୟୁରୋ : ଜିଲ୍ଲା ମାନ୍ୟତା ଦାବି ନେଇ ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ । ଜିଲ୍ଲା ସଙ୍ଘର୍ଷ ସମିତିର ଆହ୍ବାନ କ୍ରମେ ଆଜି ଏହି ବନ୍ଦ ଡାକରା ଦିଆଯାଇଛି ।  ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର, ସ୍କୁଲ କଲେଜ ସରକାରୀ କାର୍ୟ୍ୟାଳୟ ବନ୍ଦ ରହିଛି । ଗାଡି ମଟର ଚଳାଚଳ ମଧ୍ୟ ବନ୍ଦ ରହିଛି । ଜରୁରୀକାଳୀନ ସେବାକୁ ଏବଂ ପରୀକ୍ଷା ଚାଲୁଥିବା ସ୍କୁଲକୁ ବନ୍ଦରୁ ବାଦ ଦିଆଯାଇଛି । ସ୍ଥାନୀୟ ଇନ୍ଦିରା ଛକ ନିକଟର ଜିଲ୍ଲା ସଙ୍ଘର୍ଷ ସମିତିର କର୍ମକର୍ତ୍ତାମାନେ ରାସ୍ତା ଉପରେ ବିକ୍ଷୋଭ ପ୍ରଦଶନ କରୁଛନ୍ତି । ଆଜିର ଏହି ବନ୍ଦରେ ସହରର ୬୦ରୁ ଅଧିକ ସଂଗଠନ ସାମିଲ ହୋଇଛନ୍ତି ।