ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଆକସ୍ମିକ ମୃତ୍ୟୁ: ଘଟଗାଁ ୮ ନମ୍ବର ଜୋନରୁ ହୋଇଥିଲେ ପ୍ରାର୍ଥୀ

Advertisment
ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଆକସ୍ମିକ ମୃତ୍ୟୁ: ଘଟଗାଁ ୮ ନମ୍ବର ଜୋନରୁ ହୋଇଥିଲେ ପ୍ରାର୍ଥୀ

କନକ ବ୍ୟୁରୋ: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଳକ ୮ ନମ୍ବର ଜୋନ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ଅନାଦି ଚରଣ ସିଂଙ୍କ ଆକସ୍ମିକ ମୃତ୍ୟୁ ହୋଇଛି । ଆଜି ସକାଳ ସମୟରେ ସେ ଘରେ ଥିବା ସମୟରେ ଅସୁସ୍ଥ ଅନୁଭବ କରିଥିଲେ । ତାଙ୍କୁ ପ୍ରଥମେ ଘଟଗାଁ ମେଡିକାଲ ଏବଂ ପରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା ହେଲେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।

ତାଙ୍କ ମୃତ୍ୟୁକୁ ନେଇ କେନ୍ଦୁଝର ବିଜେଡି ମହଲରେ ଶୋକର ଛାୟା ଖେଳି ଯାଇଛି । ତେବେ ନିର୍ବାଚନକୁ ଆଉ କେଇଟା ଦିନ ଥିବା ବେଳେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ମୃତ୍ୟୁ ବିଜେଡି ପାଇଁ ଦୁଃଖ ଦୁଇଗୁଣା କରି ଦେଇଛି । ତେବେ ସେହି ଜୋନରୁ ବିଜେଡି ଆଉ କାହାକୁ ଟିକେଟ ଦେବ ସନେଇ କୌଣସି ନିଷ୍ପତ୍ତି ହୋଇନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe