କନକ ବ୍ୟୁରୋ : ଜିରୋ ନାଇଟ ସେଲିବ୍ରେସନ ପାଇଁ ଲାଗିଛି ପ୍ରତିଯୋଗିତା । ଗ୍ରାହକଙ୍କୁ ହୋଟେଲ ମୁହାଁ କରିବାକୁ ରାଜଧାନୀର ବିଭିନ୍ନ ହୋଟେଲ, କ୍ଲବ ଆକର୍ଷଣୀୟ ଅଫର ସହ ଯୋଗାଇ ଦେଉଛନ୍ତି ମାଗଣା ସେବା । ରସିଆନ ଗର୍ଲଙ୍କ ଏଲଇଡି ସୋ, ଆତସବାଜି ଓ ସେଲିବ୍ରିଟି ଡିଜେଙ୍କୂୁ ନେଇ ସେଲିବ୍ରେସନ ହେବ ଜିରୋ ଆୱାର ।

ଭୁବନେଶ୍ୱରର ଆଉ ଏକ ହୋଟେଲରେ ପୁରୁଣା ବର୍ଷକୁ ବିଦାୟ ଦେବାପାଇଁ ଦେଖିବାକୁ ମିଳିଛି ଏକ ନିଆରା ଆୟୋଜନ । କ୍ଲବକୁ ଆସୁଥିବା ଗ୍ରାହକମାନେ ପାର୍ଟି ପରେ ଘରକୁ ଫେରିବା ବଡ଼ ସମସ୍ୟା ସୃଷ୍ଟି କରେ । ସେଇଥି ପାଇଁ କ୍ଲବରେ ହୋଟେଲ ବ୍ୟବସ୍ଥା ସହ ଗ୍ରାହକମାନଙ୍କୁ ଘରକୁ ଛାଡ଼ିବା ପାଇଁ ଏକାଧିକ ଡ୍ରାଇଭରଙ୍କୁ ନିୟୋଜିତ କରାଯାଇଛି । ଯେଉଁମାନେ ଗ୍ରାହକଙ୍କୁ ସୁରକ୍ଷିତ ଭାବରେ ଘରକୁ ଛାଡ଼ିବାକୁ ଯିବେ । ଏହାସହିତ ଜରୁରୀକାଳୀନ ପରିସ୍ଥିତି ପାଇଁ ଆମ୍ବୁଲାନସ ଆସିବାକୁ ବିଳମ୍ବ ହୋଇପାରେ । ତାକୁ ଆଖି ଆଗରେ ରଖି କ୍ଲବ ବାହାରେ ଆମ୍ବୁଲାନସ ବ୍ୟବସ୍ଥା ମଧ୍ୟ କରାଯାଇଛି । ଖାଲି ଏତିକି ନୁହେଁ ବରିଷ୍ଠ ନାଗରିକ ଓ ଛୋଟ ଛୁଆଙ୍କ ପାଇଁ ରେଷ୍ଟୁରାଂଟରେ ମହିଳା ଓ ପୁରୁଷ ସୁରକ୍ଷା କର୍ମୀ ନିୟୋଜିତ ରହିବେ ବୋଲି ହୋଟେଲ ପକ୍ଷରୁ କୁହାଯାଇଛି ।

ସେପଟେ ଦୈତନଗରୀରେ ୫୦ ପ୍ଲାଟୁନ ଫୋର୍ସ ସହ ଅସାମାଜିକଙ୍କ ଉପରେ ନଜର ରଖିବ ସିପିଙ୍କ ସ୍ମାର୍ଡ । କମିଶନରେଟ ପୁଲିସ କହିଛି ଶାନ୍ତିଶୃଂଖଳା ସହ ଜିରୋନାଇଟକୁ ସେଲିବ୍ରେସନ କରନ୍ତୁ । ରାସ୍ ଡ୍ରାଇଭିଙ୍ଗ ଓ ରୋଡ ରୋମିଓ ରାସ୍ତା ଉପରେ ନଜରକୁ ଆସିଲେ ଅନ ଦ ସ୍ପଟ ଆକ୍ସନ ହେବ ।

ଭୁବନେଶ୍ୱରରେ ଜିରୋ ନାଇଟ ଫିଭର । ୨ ହଜାର ଟଙ୍କାରୁ ଆରମ୍ଭ କରି ୭୫ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି ହୋଟେଲର ଏଂଟ୍ରି ଟିକେଟ । ଆକର୍ଷଣ ପାଇଁ ଅନଲିମିଟେଡ ଫୁଡ ଡ୍ରିଙ୍କସ ସହିତ ଗ୍ରାହକଙ୍କୁ ମନଲୋଭା ଅଫର ହୋଟେଲଗୁଡିକରେ ଯୋଗାଇ ଦିଆଯାଉଛି ।