କନକ ବ୍ୟୁରୋ: ଦୁର୍ଗାପୂଜା ପାଇଁ କଟକର ବିଭିନ୍ନ ପୂଜା କିମିଟିଙ୍କ ସହ କମିଶନରେଟ ପୋଲିସର ଆଲୋଚନା ହୋଇଥିଲା । ଆଲୋଚନା ପରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ କମିଶନର । ଏନେଇ କମିଶନର କହିଛନ୍ତି, ଦାଦା ବଟିକୁ ନା’କୁ ନେଇ କମିଶନରେଟ ପୋଲିସର ଡ୍ରାଇଭ ଜାରି ରହିବ । ଜୋରଜବରଦସ୍ତି ଚାନ୍ଦା ଆଦାୟ ହେଲେ କାର୍ୟ୍ୟାନୁଷ୍ଠାନ ନିଆଯିବ ।

Advertisment

ସେହିପରି ଆହୁରି ମଧ୍ୟ କହିଥିଲେ ଯେ, କଟକର ପୂଜା ଦାନ, ଅନୁଦାନରେ ଚାଲିଥାଏ । ହେଲେ ଯଦି, କୌଣସି ଲୋକ ଅଭିଯୋଗ କରନ୍ତି ତାଙ୍କଠାରୁ ଜୋର ଜବରଦସ୍ତି ଚାନ୍ଦା ଆଦାୟ ହେଉଛି ତେବେ ସେନେଇ ତଦନ୍ତ କରାଯାଇ କାର୍ୟ୍ୟାନୁଷ୍ଠାନ ନିଆଯିବ ।

ଆଗକୁ ଦୁର୍ଗା ପୂଜା ଆସୁଥିବାରୁ କିଭଳି କଟକ ସହରରେ ଶାନ୍ତିଶୃଙ୍ଖଳାରେ ପୂଜା ପାଳନ ହେବ ସେନେଇ ପ୍ରସ୍ତୁତି ଆରମ୍ଭ କରାଯାଇଛି । ପୂଜା ସମୟରେ କୋଭିଡ ନିୟମ ମଧ୍ୟ କଡାକଡି ଭାବେ ପାଳନ ଉପରେ ଗୁରୁତ୍ୱ ଦିଆଯିବ ବୋଲି ପୋଲିସ କମିଶନର କହିଛନ୍ତି ।