ଗଣଶିକ୍ଷା ବିଭାଗର ମାଟ୍ରିକ୍ ପରୀକ୍ଷା ଚିନ୍ତା । ଜିରୋ ଏଫ୍ ମିଶନ ଉପରେ ଗୁରୁତ୍ୱ, ପିଲା ପାସ୍ ନହେଲେ ଦାୟୀ ରହିବେ ଅଧିକାରୀ । ଦିନକୁ ୧୦ରୁ ୧୪ ଘଣ୍ଟା ପଢ଼ିବାକୁ ପରାମର୍ଶ ।

ଗଣଶିକ୍ଷା ବିଭାଗର ମାଟ୍ରିକ୍ ପରୀକ୍ଷା ଚିନ୍ତା । ଜିରୋ ଏଫ୍ ମିଶନ ଉପରେ ଗୁରୁତ୍ୱ, ପିଲା ପାସ୍ ନହେଲେ ଦାୟୀ ରହିବେ ଅଧିକାରୀ । ଦିନକୁ ୧୦ରୁ ୧୪ ଘଣ୍ଟା ପଢ଼ିବାକୁ ପରାମର୍ଶ ।

କନକ ବ୍ୟୁରୋ : ଗଣଶିକ୍ଷା ବିଭାଗକୁ ମାଟ୍ରିକ୍ ପିଲାଙ୍କ ଚିନ୍ତା । ମାଟ୍ରିକ୍ ପିଲାଙ୍କ ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛି ଗଣଶିକ୍ଷା ବିଭାଗ । ରାଜ୍ୟର ସମସ୍ତ ହାଇସ୍କୁଲ ଯେପରି ‘ଜିରୋ ଏଫ୍ ମିଶନ’ ତଥା ଶତ ପ୍ରତିଶତ ରେଜଲ୍ଟ କରିବେ ସେ ଉପରେ ଗୁରୁତ୍ୱ ଦିଆଯାଇଛି । ସ୍କୁଲର ୫ ପ୍ରତିଶତ ପିଲା ଯେପରି ଏ-୧ ଗ୍ରେଡ୍ ହାସଲ କରନ୍ତି ସେଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି ।

ଖୋର୍ଦ୍ଧା ଜିଲ୍ଲାରେ ଆରମ୍ଭ ହୋଇଥିବା ‘ସୁନିଶ୍ଚିତ' କାର୍ଯ୍ୟକ୍ରମକୁ ସମସ୍ତ ଜିଲ୍ଲାରେ ଲାଗୁ କରିବାକୁ ଓପେସା ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ କୁହାଯାଇଛି । ଯଦି ବ୍ଲକର କୌଣସି ବିଦ୍ୟାଳୟ ଶତ ପ୍ରତିଶତ ରେଜଲ୍ଟ ନକରନ୍ତି, ସେଥିପାଇଁ ବିଇଓ, ଏବିଇଓ, ପ୍ରଧାନଶିକ୍ଷକ, ସିଆରସିସି, ବିଷୟ ଭିତିକ ଶିକ୍ଷକ, ମେଣ୍ଟର ଶିକ୍ଷକ ଉତରଦାୟୀ ରହିବେ । ମାଟ୍ରିକ୍ ପରୀକ୍ଷା ଦେବାକୁ ଥିବା ଛାତ୍ରୀଛାତ୍ରୀ ନିଜକୁ କିପରି ପ୍ରସ୍ତୁତ କରିବେ, ସେଥିପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ଗଣଶିକ୍ଷା ବିଭାଗର
‘ଜିରୋ ଏଫ୍ ମିଶନ’
ଦିନକୁ ୧୦ରୁ ୧୪ ଘଂଟା ପଢିବା ସହ ୬ରୁ ୭ ଘଣ୍ଟା ଶୁଅନ୍ତୁ
ବାକି ସମୟ ଅଲଗା କାମରେ ଲଗାଇବାକୁ ପରାମର୍ଶ
ରାତି ୧୦ଟାରୁ ଭୋର ୪ଟା କିମ୍ବା ରାତି ୧୧ଟାରୁ ଭୋର ୫ଟା ଯାଏଁ ଶୋଇବେ
ଉଠିବା ପରେ ଯୋଗ ବ୍ୟାୟାମ କରିବା ଦ୍ୱାରା ଏକାଗ୍ରତା ବଢିଥାଏ
ପରୀକ୍ଷା ସମୟରେ ବାହାର ତେଲଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ
ସନ୍ତୁଳିତ ଓ ସୁଷମ ଖାଦ୍ୟ ଗ୍ରହଣ କରିବା ଆବଶ୍ୟକ
ଦିନକୁ ୬ରୁ ୮ ଗ୍ଲାସ ଉଷୁମ ପାଣି ପିଅନ୍ତୁ
ଏହା ଦ୍ୱାରା ଖାଦ୍ୟ ସହଜରେ ହଜମ ହୋଇଯିବ
ଦିନକୁ ୫ଟି ଅଧିବେଶନରେ ବିଭକ୍ତ କରି ପାଠ ପଢନ୍ତୁ
ଶୋଇବା ପୂର୍ବରୁ ଗରମ କ୍ଷୀର କିମ୍ବା ନଖ ଉଷୁମ ଲେମ୍ବୁ ପାଣି ପିଉନ୍ତୁ
ଏହା ଦ୍ୱାର ଭଲ ନିଦ ହେଇଥାଏ, ପରଦିନ ମନ ଫୂର୍ତ୍ତି ରହିଥାଏ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe