କନକ ବ୍ୟୁରୋ: ଚୀନ ସରକାରଙ୍କ ଜିରୋ କୋଭିଡ ନୀତି ଫେଲ ମାରୁଛି । କଡା କଟକଣା ସତ୍ୱେ ଦେଶରେ ସଂକ୍ରମଣ ସଂଖ୍ୟାରେ ବ୍ରେକ ଲାଗୁନି । ଅନ୍ୟପଟେ କୋଭିଡ ସଂକ୍ରମଣ ରୋକିବା ନାଁରେ ଚୀନ ସରକାର ଯେଉଁ ଅତ୍ୟାଚାର ଜନତାଙ୍କ ଉପରେ କରୁଛନ୍ତି ତାକୁ ନେଇ ସମାଲୋଚନା କରାଯିବା ସହ ସ୍ୱର ଉତୋଳନ ଦେଖା ଦେଲାଣି । ଏହା ଭିତରେ ଚୀନ ସରକାର ଚେତାବନୀ ଦେଇ ଜିରୋ କୋଭିଡ ନୀତିକୁ ବିରୋଧ ନକରିବାକୁ କହିଛନ୍ତି ।
ବିରୋଧ କଲେ ଶକ୍ତ ଶାସ୍ତି ଦିଆଯିବ ବୋଲି କମ୍ୟୁନିଷ୍ଟ ପାର୍ଟିର ସର୍ବୋଚ୍ଚ ବ୍ୟୁରୋ ସ୍ଥାୟୀ ସମିତି ବୈଠକ କହିଛନ୍ତି ରାଷ୍ଟ୍ରପତି ସି ଜିନପିଙ୍ଗ । ଚୀନ ସରକାରଙ୍କ ଜିରୋ କୋଭିଡ ପଲିସିକୁ କେବଳ ସାଧାରଣ ଜନତା ନୁହେଁ ଶାସକ ଦଳ କିଛି ନେତା ମଧ୍ୟ ବିରୋଧ କରୁଛନ୍ତି । ଅନ୍ୟପଟେ ଏହି ପଲିସି ଯୋଗୁଁ ସାଧାରଣ ଲୋକଙ୍କ ଅସହ୍ୟ କଷ୍ଟ ସାମ୍ନାକୁ କରୁଥିବାବେଳେ ଚୀନର ଆର୍ଥିକ ସ୍ଥିତି ବି ଦୋହଲିଲାଣି । କୋଭିଡ ବିରୋଧୀ ପଲିସିକୁ ନେଇ ଚୀନରେ ଜନ ଅସନ୍ତୋଷ ଦେଖା ଦେଇଥିବାବେଳେ ଏବେ କୋଭିଡ ବିରୋଧୀ ଲଢେଇକୁ ନେଇ ସର୍ବସାଧାରଣରେ ଏଭଳି କିଛି ବୟାନ ଦେଇଛନ୍ତି ରାଷ୍ଟ୍ରପତି ସି ଜିନ ପିଙ୍ଗ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/05/32-4.jpg)