କନକ ବ୍ୟୁରୋ: ମାର୍ଚ୍ଚ ୨୭ରେ ଆୟୋଜନ ହେବାକୁ ଥିବା ଓସ୍କାର -୨୦୨୨ ସମାରୋହରେ ୟୁକ୍ରେନ ରାଷ୍ଟ୍ରପତି ଭାଲୋଦୋମିର୍ ଜେଲେନସ୍କି ସାମିଲ ହୋଇପାରନ୍ତି ବୋଲିି ରିପୋର୍ଟ ପ୍ରକାଶ ପାଇଛି । ଏକାଡେମୀ ଆୱାର୍ଡ ପ୍ରତିନିଧି ଏନେଇ ଜେଲେନସ୍କିଙ୍କ ସହ କଥା ହୋଇଥିବା ଜଣାପଡିଛି ।

Advertisment

ଅଭିନେତାରୁ ରାଷ୍ଟ୍ରପତି ହୋଇଥିବା ଜେଲେନସ୍କି ଲାଇଭ୍ ବ୍ରଡକାଷ୍ଟ ଯୋଗେ ସମାରୋହରେ ଉପସ୍ଥିତ ରହିପାରନ୍ତି କିମ୍ବା ତାଙ୍କ ରେକର୍ଡ ମେସେଜ୍ ଓସ୍କାର ପ୍ରୋଗ୍ରାମରେ ଚାଲିପାରେ । ତେବେ ଏ ବାବଦରେ ଜେଲେନସ୍କି କିମ୍ବା ଏକାଡେମୀ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇନାହିଁ । ଓସ୍କାର କୋ-ହୋଷ୍ଟ ଆମି ଶୁମର ସାଟେଲାଇଟ୍ ଯୋଗାଯୋଗ ମାଧ୍ୟମରେ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପ୍ରସ୍ତାବ ଦେବା ପରେ ଏହା ଚର୍ଚ୍ଚାକୁ ଆସିଛି ।