କନକ ବ୍ୟୁରୋ : ପୁଣି ଭୟଙ୍କର ରୂପ ଧାରଣ କରିଛି ଋଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ । ଋଷ ପକ୍ଷରୁ ୟୁକ୍ରେନର ସହରଗୁଡିକୁ ଟାର୍ଗେଟ କରି ମିଶାଇଲ ମାଡ କରାଯାଉଥିବାରୁ ନାଟୋ ଦେଶଗୁଡିକ ଠାରୁ ୟୁକ୍ରେନ ଅଧିକ ମାତ୍ରାରେ ଏୟାର ଡିଫେନ୍ସ ସିଷ୍ଟମ ଯୋଗାଇଦେବାକୁ ନିବେଦନ କରିଛି । ଜି-୭ ଦେଶଗୁଡିକ ସହ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦାମିର ଜେଲେନସ୍କି ବୈଠକ କରିଛନ୍ତିି । ଜି-୭ ଦେଶଗୁଡିକ କିଭଙ୍କୁ ଅଧିକ ସାମରିକ ସହାୟତା କରିବାକୁ ନିଷ୍ପତ୍ତି ନେବା ସହ ମସ୍କୋର ପରମାଣୁ ଆକ୍ରମଣ ନେଇ ସତର୍କ କରାଇଛନ୍ତି ।
ଏହାର ଭିତରେ ଜର୍ମାନ ପଠାଇଥିବା ଏୟାର ଡିଫେନ୍ସ ସିଷ୍ଟମ ୟୁକ୍ରେନରେ ପହଞ୍ଚିଛି । ଯାହା ଋଷର ଆକ୍ରମଣରୁ ୟୁକ୍ରେନ ସହରଗୁଡିକ ସୁରକ୍ଷା ପ୍ରଦାନ କରିବ ବୋଲି କୁହାଯାଇଛି । କିନ୍ତୁ ପୁଟିନ୍ କହିଛନ୍ତି, ପଶ୍ଚିମଦେଶଗୁଡିକ ୟୁକ୍ରେନରେ ଯୁଦ୍ଧ ପାଇଁ ପବର୍ତ୍ତାଉଛନ୍ତି । ନାଟୋ କହିଛି, ଋଷିଆ ସେନା କିଛି ସ୍ଥାନରେ ୟୁକ୍ରେନ ସେନା ଠାରୁ ପରାଜିତ ହେବା ପରେ ପରମାଣୁ ଆକ୍ରମଣ ନେଇ ପ୍ରସ୍ତୁତ ହେଉଛନ୍ତି । ଋଷର ମିଶାଇଲ ଆକ୍ରମଣରେ ୧୯ ଜଣଙ୍କ ମୃତ୍ୟୁ ହୋଇଛି । ୟୁକ୍ରେନର ଜାପୋରିଝିଆ ସହରରେ ଋଷ ଶତାଧିକ ମିଶାଇଲ ମାଡ କରିଥିବା ବେଳେ ଲୋକ ଭୟଭୀତ ଅବସ୍ଥାରେ ରହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/220225075638-01-ukraine-russia-zelensky-022522.jpg)