କନକ ବ୍ୟୁରୋ : ଋଷର ପ୍ରଥମ ଦିନ ଆକ୍ରମଣରେ ୟୁକ୍ରେନର ୧୩୭ ଜଣଙ୍କର ମୃତ୍ୟୁ ଘଟିଛି । ଯେଉଁଥିରେ ୧୦ ଜଣ ସେନା ଅଧିକାରୀ ରହିଛନ୍ତି । ସେହିପରି ୩୧୬ ଜଣ ସାଧାରଣ ଲୋକ ଆହତ ହୋଇଛନ୍ତି । ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦିମିର ଜଲେନସ୍କି ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ଆମ ସହିତ ଏକାଠି ହୋଇ ଲଢେଇ କରିବାକୁ କେହି ନାହାନ୍ତି । ଋଷକୁ ୟୁକ୍ରେନ ସହ ଲଢେଇ କରିବାକୁ ଏକୁଟିଆ ଛଡା ଯାଇଛି ।

Advertisment

ନିଜକୁ ସୁରକ୍ଷିତ ରଖିବା ପାଇଁ ଏବଂ ନିଜର ସ୍ୱାଧୀନତା ବଜାୟ ରଖିବାକୁ ପ୍ରୟାସ ୟୁକ୍ରେନ ସମସ୍ତ ପ୍ରକାର ପ୍ରୟାସ ଜାରି ରଖିବ ବୋଲି ଜଲେନସ୍କି କହିଛନ୍ତି । ଏମିତିକି ୟୁକ୍ରେନକୁ ନାଟୋରେ ସଦସ୍ୟତା ଦେବା ପାଇଁ କିଏ ଗ୍ୟାରେଂଟି ଦେବ ବୋଲି ଜଲେନସ୍କି କହିଛନ୍ତି । ରାଜଧାନୀ କିଭରେ ରୁଷିଆ ସେନା ପ୍ରବେଶ କରି ସାରିଛନ୍ତି । କିଭରେ କର୍ଫ୍ୟୁ ଜାରି ହୋଇଛି । ତେଣୁ ସମସ୍ତଙ୍କୁ ସତର୍କ ରହିବାକୁ ନିଜ ଦେଶବାସୀଙ୍କୁ କହିଛନ୍ତି ଜଲେନସ୍କି । ସେହିପରି ୟୁକ୍ରେନ ଆକ୍ରମଣର ପ୍ରଥମ ଦିନରେ ସମସ୍ତ ଲକ୍ଷ୍ୟ ପୂରଣ ହୋଇଛି ବୋଲି ରୁଷର ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ।