କନକ ବ୍ୟୁରୋ : ଅନାବଶ୍ୟକ ପରିସ୍ଥିତି ପାଇଁ ଏହି ସପ୍ତାହରେ ଆମେ ଆପଣଙ୍କ ସହ ସମ୍ପୂର୍ଣ ରୂପେ ଯୋଡି ହୋଇପାରିଲୁ ନାହିଁ ଜ୍ଝ ନିଶ୍ଚିତ ଭାବରେ ଆମେ ଆମର ପ୍ରିୟ ଦର୍ଶକଙ୍କୁ ପୁରା ସପ୍ତାହ ମିସ କରିଛୁ । ଆପଣ ଏବଂ ଆମ ଭିତରେ ଥିବା ସମ୍ପର୍କ ପୁଣି ଥରେ ଯୋଡି ହେବାକୁ ଯାଉଛି । ଏହି ସପ୍ତାହର  ସମସ୍ତ ମନୋରଂଜନ ଭିତ୍ତିକ କାର୍ଯ୍ୟକ୍ରମକୁ  ମାତ୍ର ଗୋଟିଏ ଦିନରେ ଦେଖିପାରିବେ  କେବଳ ଜୀ ସାର୍ଥକରେ । ଏଇ ରବିବାର, ଅର୍ଥାତ ୨୬ ତାରିଖ ହେବ ଦମଦାର ରବିବାର । ଗୋଟିଏ ଦିନରେ ଦେଖିବେ ସପ୍ତାହର ସମସ୍ତ ଧାରାବାହିକର ମିସ୍ କରିଥିବା ଏପିସୋଡ ଗୁଡିକ ।

Advertisment

ସକାଳ ୭ରୁ ସଂଧ୍ୟା ୭ ଯାଏଁ ଚାଲିବ ଧାରାବାହିକର ଦମଦାର ଏପିସୋଡ ସବୁ ।  ସକାଳ ୭ରୁ ୯ଟାରେ ଦେଖିବେ ‘ମୁଁ ବି ବିଜୟୀନି’  ।  ୯ରୁ - ୧୧ ଯାଏ ରେ ଦେଖିବାକୁ ପାଇବେ ‘ଝିଲ୍ଲୀ’ । ୧୧ରୁ -୧ ଯାଏ ଦେଖିବେ ‘ସୁନା ଝିଅ’  । ସେହିପରି ମଧ୍ୟାହ୍ନ ୧ରୁ -୩ ଯାଏ ଦେଖିବେ ‘ସାଥିରେ’  । ୩ରୁ - ୫ ଯାଏ ପ୍ରସାରିତ ହେବ ’ତୁ ଖରା ମୁଁ ଛାଇ’  । ସଂଧ୍ୟା ୫ରୁ ୭ ଯାଏ ଦେଖିବାକୁ ପାଇବେ ‘ଖୁସିର ଝୁଙ୍କ’  ।

ପୁରା ଏକ ସପ୍ତାହର ଏପିସୋଡକୁ ଦର୍ଶକଙ୍କୁ ପରସି ଦେବ ଜୀ-ସାର୍ଥକ  । କେବୁଲରେ ଥିବା ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସେବା ଯୋଗାଇବାରେ  ବ୍ୟାଘାତ ସୃଷ୍ଟି ହୋଇଥିଲା  ଓ ଏବେ ସବୁ ସମସ୍ୟାର ଘଟିଛି ଅନ୍ତ  । ଏଣିକି ସମସ୍ତ କେବୁଲରେ ଦେଖିପାରିବେ ଜୀ ସାର୍ଥକ  । ତେଣୁ ଦର୍ଶକଙ୍କ ପ୍ରିୟ ଚ୍ୟାନେଲ ପୁଣି ଥରେ ଦର୍ଶକଙ୍କୁ ଭେଟିଦେବ ତାଙ୍କ ପ୍ରିୟ ଧାରାବାହିକ  । ଏଇ  ରବିବାର ଆପଣଙ୍କ ପାଇଁ ହେବ ଦମଦାର ରବିବାର  ।