କନକ ବ୍ୟୁରୋ : ଓଡିଶାର ନମ୍ବର-୧ ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ସବୁବେଳେ ତାର ଦର୍ଶକଙ୍କ ସହ ଯୋଡି ହୋଇ ରହିବା ପାଇଁ ଅବିରତ ଚେଷ୍ଟା ଜାରି ରଖିଥାଏ । କେତେବେଳେ ଟିଭି ମାଧ୍ୟମରେ ତ କେତେବେଳେ ସିଧା ସିଧା ଦର୍ଶକଙ୍କ ପାଖରେ ପହଞ୍ଚିଥାଏ । ସେହି ପରିପ୍ରେକ୍ଷିରେ ଜୀ-ସାର୍ଥକ ଆରମ୍ଭ କରିଛି "ଡାନ୍ସ ଓଡିଶା ଡାନ୍ସ - ଜୀ-ସାର୍ଥକ ସଂସାର ଡବଲ୍ସ୍ ଲିଗ୍", ସୋ ପ୍ରଚାରର ଏକ ନୂଆ ପ୍ରୟାସ, ଯାହା ଆପଣଙ୍କୁ ଦେବ ଖରା ଦିନରେ ମାଗଣା ଆଇସ୍କ୍ରୀମ । ହେଲେ କେମିତି ପାଇବେ ଏହି ମାଗଣା ଆଇସ୍କ୍ରୀମ ?

ଜୀ-ସାର୍ଥକରେ ପ୍ରସାରିତ ସେଲିବ୍ରେଟିଙ୍କ ‘ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ, ଜୀ-ସାର୍ଥକ ସଂସାର ଡବଲ୍ସ୍ ଲିଗ୍’ ର ପ୍ରଚାରକୁ ଆହୁରି ଏକ ପାଦ ଆଗକୁ ନେଇ ଏହାର ଟିମ୍ ଆରମ୍ଭ କରିଛି ସାମାଜିକ ଗଣମାଧ୍ୟମ ବା ସୋସିଆଲ ମିଡିଆରେ ଏକ ନୂଆ ହାସଟ୍ୟାଗ ଟ୍ରେଣ୍ଡ ୰ତଝଊଟଗଊଇଜଔଙଊଓ । ଯେମିତିକି ସୋ ର ଟ୍ୟାଗ ଲାଇନରେ କୁହାଯାଇଛି " ଯେବେ ଯୋଡି ଥିବା ଦମଦାର ଧମାକା ହେବ ଜୋରଦାର" , ସେମିତି ଆପଣ ନିଜର ଦମଦାର ବନ୍ଧୁ, ବାନ୍ଧବୀ ବା ନିଜ ଯୋଡି ସହ ନିକଟସ୍ଥ ଜ଼ୀ ସାର୍ଥକ ଆଇସ୍କ୍ରୀମ ଟ୍ରଲି ପାଖକୁ ଯିବେ ଓ ଗୋଟିଏ ଆଇସ୍କ୍ରୀମ କିଣି ଆଉ ଗୋଟେ ଆଇସ୍କ୍ରୀମ ମାଗଣାରେ ପାଇବେ। ଆପଣ ଆଇସ୍କ୍ରୀମ ଓ ନିଜ ଯୋଡି ସହ ଫଟୋ ଉଠାଇ ସୋସିଆଲ ମିଡିଆରେ ଅପଲୋଡ କରିବେ ଓ ବ୍ୟବହାର କରିବେ ୰ତଝଊଟଗଊଇଜଔଙଊଓ । କିଛି ନୂଆ କରିବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ‘ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ, ଜୀ-ସାର୍ଥକ ସଂସାର ଡବଲ୍ସ୍ ଲିଗ୍’, ଦର୍ଶକଙ୍କୁ ଆକର୍ଷିତ କରିବାରେ ସଫଳ ହେବ ବୋଲି ଏହି ରୋମାଞ୍ଚକର ନୂତନ ରିଆଲିଟି ଡ୍ୟାନ୍ସ ସୋ ର ସଦସ୍ୟ ମାନେ କହିଛନ୍ତି ।

ଜୀ-ସାର୍ଥକର ବିଭିନ୍ନ ମେଗା ଧାରାବାହିକରୁ ଲୋକପ୍ରିୟ ନାୟକ ଓ ନାୟିକା ଯୋଡି ଯୋଡି ପ୍ରତି ସପ୍ତାହରେ ବିଭିନ୍ନ ନୃତ୍ୟ ରୂପରେ ପରସ୍ପର ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ଜ୍ଝ ନିଜର ଅବିଶ୍ୱସନୀୟ ନୃତ୍ୟ ପ୍ରଦର୍ଶନ ସହିତ ଦର୍ଶକଙ୍କୁ ଆକର୍ଷିତ କରିବା ସହ ଆଇସ୍କ୍ରୀମ ଏହି କାର୍ୟକ୍ରମର ସ୍ଵାଦ ଆହୁରି ବଢାଇବ ବୋଲି ଜ଼ୀ ସାର୍ଥକ ପକ୍ଷରୁ କୁହାଯାଇଛି । ସୁଜିତ ଓ ଚାନ୍ଦିନୀ ଙ୍କ ସଂଯୋଜନାରେ ଆରମ୍ଭ ହୋଇଥିବା ଏହି ଡ୍ୟାନ୍ସ ଲିଗରେ ଅଭିନେତା ଦେବାଶିଷ ପାତ୍ର ଏବଂ ଡ୍ୟାନ୍ସର ହରିହର ଦାଶ ଜୁରୀ ର ଆସନ ଅଳଙ୍କୃତ କରୁଛନ୍ତି । କେବଳ ନୃତ୍ୟ ନୁହେଁ ବରଂ ବିଭିନ୍ନ ମନୋରଞ୍ଜନ ପୂର୍ଣ୍ଣ ଖେଳ ମଧ୍ୟ ଏହି ପ୍ରତିଯୋଗିତାର ଆକର୍ଷଣ ହୋଇଛି ।

ଜୀ-ସାର୍ଥକ ସଦା ସର୍ବଦା ତାର ବିଭିନ୍ନ କାର୍ୟ୍ୟକ୍ରମ ମାଧ୍ୟମରେ ଓଡ଼ିଆ ଦର୍ଶକଙ୍କ ମନକୁ ଛୁଇଁଛି ସେହି ପରି ଏହି 'ଦମଦାର ଯୋଡି' ପ୍ରୟାସ ଆମ ଦର୍ଶକଙ୍କୁ ଏକ ନୂତନ ଅନୁଭବ ଦେବ ବୋଲି କହିଛନ୍ତି ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ପ୍ରତୀକ ସିଲ୍।