କନକ ବ୍ୟୁରୋ: ଅଡ଼ୁଆରେ ବିବାଦୀୟ ଇସଲାମ ଧର୍ମ ପ୍ରଚାରକ ଜାକିର ନାଇକ । ମାଲେସିୟା ପକ୍ଷରୁ ଜାକିର ନାଇକଙ୍କ ଧାର୍ମିକ ପ୍ରଚାର ଉପରେ କଟକଣା ଲଗାଯାଇଛି । ମାଲେସିୟା ପୋଲିସ କହିବାନୁଯାୟୀ ରାଷ୍ଟ୍ରୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଜାକିରଙ୍କ ପ୍ରଚାର ଉପରେ ପ୍ରତିବନ୍ଧକ ଲଗାଯାଇଛି । ସମାଚାର ପତ୍ର ‘ମଲୟ ମେଲ’ ରିପୋର୍ଟ ମୁତାବକ ମାଲେସିୟାରେ ଏହି ସମ୍ବନ୍ଧୀୟ ଖବରକୁ ନେଇ ନୋଟିସ ଜାରି କରାଯାଇଛି । ମାଲେସିୟା ପ୍ରଧାନମନ୍ତ୍ରୀ ୩ ଦିନ ପୂର୍ବରୁ ସୂଚନା ଦେଇଥିଲେ ନାଇକଙ୍କ ଗତିବିଧି ଯଦି ମାଲେସିୟାକୁ କ୍ଷତି ପହଂଚାଉଛି ତେବେ ତାଙ୍କର ସ୍ଥାୟୀ ନିବାସୀର ପତ୍ର ରଦ୍ଧ କରାଯିବ ।
ବିବାଦୀୟ ବୟାନ ଦେଇ ଉଭୟ ଭାରତ ଓ ମାଲେସିଆରେ ଜାକିର ଚର୍ଚ୍ଚାରେ ରହିଥିଲେ । ନିକଟରେ ଜାକିର କହିିଥିଲେ ମାଲେସିଆର ହିନ୍ଦୁ ରାଷ୍ଟ୍ରନେତାମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କଠୁ ଅଧିକ ବିଶ୍ୱସ୍ତ । ତାଙ୍କର ଏଭଳି ବୟାନକୁ ମାଲେସିଆର ଏଚଆରଡେି ମିନିଷ୍ଟର ଘୋର ବିରୋଧ କରିବ ସହ ଜାକିରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଭାରତରେ ଜାକିର ନାଁରେ ଉତେଜିତ ଭାଷଣ ଦେବା ଅଭିଯୋଗ ଓ ମନି ଲଡ୍ରିଂ ମାମଲା ଆସିବାପରେ ସେ ମାଲେସିଆରରେ ଶରଣ ପଶିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/08/860731-zakir-naik-rep-1.jpg)
/kanak/media/post_attachments/wp-content/uploads/2019/08/221042-300x226.jpg)