କୁଖ୍ୟାତ ଆତଙ୍କବାଦୀ ଜାକିର ମୁସା ନିହତ ! ସେନାର ମିଳିତ ଉଦ୍ୟମରେ କୁଖ୍ୟାତ ଆତଙ୍କବାଦୀ ଜାକିର ମୁସା ନିହତ

ତନଖି ବେଳେ ପୋଲିସ ଉପରେ ଆତଙ୍କୀ ହମଲା । ୨ସିଆରପିଏଫ ଯବାନଙ୍କ ସମେତ ଜଣେ ପୁଲିସକର୍ମୀ ସହିଦ

ଆର୍ମି, ସିଆରପିଏଫ୍ ଓ ରାଜ୍ୟ ପୁଲିସର ମିଳିତ ଅଭିଯାନରେ ଦକ୍ଷିଣ କଶ୍ମୀରର ପୁଲଓ୍ଵାମା ଜିଲ୍ଲାରେ ଉପତ୍ୟକାର ମୋଷ୍ଟ୍ ଓ୍ଵାନଟେଡ୍ ଆତଙ୍କବାଦୀ ଜାକିର ମୁସା ଗୁରୁବାର ଦିନ ନିହତ ହୋଇଛି। ଦାଦସର ଗାଁରେ ଜାକିର ମୁସା ଏବଂ ତା’ର ସହଯୋଗୀମାନେ ଉପସ୍ଥିତ ଥିବାର ସୂଚନା ପାଇ ସେନା, ପୁଲିସ ଓ ସିଆରପିଏଫ୍ ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଅଭିଯାନ ଆରମ୍ଭ କରିଥିଲେ। ଅଭିଯାନକାରୀମାନେ ଆତଙ୍କବାଦୀମାନେ ଆତ୍ମଗୋପନ କରିଥିବା ଘର ପାଖାପାଖି ହେବାମାତ୍ରେ ସେମାନେ ଗୁଳି ଚଳାଇବାରୁ ଏମାନେ ପାଲଟା ଗୁଳି ଚଳାଇଥିଲେ। ଗୁଳି ବିନିମୟ ସମୟରେ ମୁସା ସେହି ଘର ଭିତରେ ହିଁ ନିହତ ହୋଇଥିଲା। ଏନକାଉଣ୍ଟର ସ୍ଥଳକୁ ଅନେକ ଯୁବକ ମାଡ଼ି ଆସିବାରୁ ଅଭିଯାନକାରୀ ଦଳ ସେମାନଙ୍କ ଉପରକୁ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା।

publive-image

ପ୍ରତିଷେଧ ବ୍ୟବସ୍ଥା ଅନୁସାରେ କଶ୍ମୀରର ଉପଖଣ୍ଡୀୟ ପ୍ରଶାସନ ଦକ୍ଷିଣ କଶ୍ମୀର ଓ ଶ୍ରୀନଗରରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି ଏବଂ ଶୁକ୍ରବାର ଦିନ ସମସ୍ତ ସ୍କୁଲ୍ ଓ କଲେଜ ବନ୍ଦ ରଖିବାକୁ ନିର୍ଦେଶ ଦିଆଯାଇଛି । ଜାକିର ରଶିଦ ଭଟ ଓରଫ ଜାକିର ମୁସା ୨୦୧୩ ରେ ୧୯ ବର୍ଷ ବୟସରେ ଆତଙ୍କବାଦୀ ସଙ୍ଗଠନରେ ଯୋଗ ଦେଇଥିଲା। ପୂର୍ବରୁ ସେ ପାକିସ୍ତାନର ଆତଙ୍କବାଦୀ ସଂଗଠନ ହିଜବୁଲ୍ ମୁଜାହିଦୀନରେ ଯୋଗ ଦେଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe