କନକ ବ୍ୟୁରୋ: ବଲିଉଡ ଛାଡିଲେ ଦଙ୍ଗଲ ଗାର୍ଲ ଜାୟରା ୱସିମ୍ । ଇସଲାମ ଧର୍ମ ଯୋଗୁଁ ସେ ଅଭିନୟ ଜଗତରୁ ଦୂରେଇ ଯାଇଥିବା ନେଇ ନିଜ ଫେସବୁକ ପୋଷ୍ଟରେ ଲେଖିଛନ୍ତି । ଫିଲ୍ମ ଦଙ୍ଗଲରେ ଦମଦାର ଅଭିନୟ କରିି ବେଶ ଚର୍ଚ୍ଚିତ ରହିଥିଲେ ଜାୟରା । ଏହାସହ ସେ ନ୍ୟାସନାଲ ଆୱାର୍ଡ ମଧ୍ୟ ବିଜୟୀ ହୋଇଥିଲେ । କମ୍ ସମୟ ମଧ୍ୟରେ ସେ ଫିଲ୍ମ ଜଗତରେ ବେଶ ନାଁ କମାଇଛନ୍ତି ।

Advertisment
View this post on Instagram

A post shared by Zaira Wasim (@zairawasim_) on

ଫିଲ୍ମ ଦଙ୍ଗଲ ଓ ସିକ୍ରେଟ ସୁପରଷ୍ଟାରରେରେ ତାଙ୍କ ଅଭିନୟ ଯୋଗୁଁ ସେ ପ୍ରଶଂସକଙ୍କ ପସନ୍ଦ ବନିଯାଇଥିଲେ । କିନ୍ତୁ ଅଚାନକ ଏବେ ସେ ବଲିଉଡରୁ ବିଦାୟ ନେଉଥିବା ଘୋଷଣା କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ଜାୟରା ନିଜ ସୋସିଆଲ ମିଡିଆ ଆକାଉଂଟରେ ଏକ ଇମୋସନାଲ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଅଭିନୟ ଜଗତରୁ ବିଦାୟ ନେଉଥିବା ନେଇ ଘୋଷଣା କରିଛନ୍ତି । ୫ବର୍ଷ ପୂର୍ବେ ବଲିଉଡରେ ପାଦ ଦେବା ନିଷ୍ପତି କିପରି ତାଙ୍କ ଜୀବନକୁ ବଦଳାଇ ଦେଇଥିଲା ତାହା ସେ ଉଲ୍ଲେଖ କରିଛନ୍ତି ।

publive-image Source:statics.sportskeeda.com

ଫିଳ୍ମ ଜଗତ ଯୋଗୁଁ ତାଙ୍କୁ ତାଙ୍କର ପରିଚୟ ମିଳିଛି ଓ ସେ ଏଥିରେ ଖୁବ୍ ଖୁସି ଅଛନ୍ତି ବୋଲି ଲେଖିଛନ୍ତି ଜାୟରା । କିନ୍ତୁ ଅଭିନେତ୍ରି ବନିବା ଯୋଗୁଁ ସେ ତାଙ୍କ ଇସଲାମ ଧର୍ମରୁ ଦୂରେଇ ଯାଉଥିବା ଅନୁଭବ କରି ଅଭିନୟ ଜଗତରୁ ଓହରି ଯିବା ପାଇଁ ନିଷ୍ପତି ନେଇଥିବା ଲେଖିଛନ୍ତି ଜାୟରା ।