କ୍ରିକେଟର ଜାହିର ଖାନଙ୍କ ସହ ନିର୍ବନ୍ଧ କଲେ ‘ଚକ୍ ଦେ ଇଣ୍ଡିଆ’ ଫେମ୍ ସାଗରିକା ଘଟଗେ । ନିର୍ବନ୍ଧ ମୁଦି ସହ ଏକ ଫୋଟ ସେୟାର କରିଛନ୍ତି ସାଗରିକା । ତେବେ ସିନେମା ‘ଚକ୍ ଦେ ଇଣ୍ଡିଆ’ରେ ଜଣେ ହକି ଖେଳାଳି ଭୂମିକାରେ ନଜର ଆସିଥିବା ସାଗରିକା ସିନେମାଟିରେ ଜଣେ କ୍ରିକେଟରଙ୍କୁ ଭଲ ପାଉଥିଲେ । ଆଉ ସତ ସତିକା ଜଣେ କ୍ରିକେଟରଙ୍କୁ ନିଜର ଜୀବନ ସାଥୀ ଭାବେ ବାଛିଛନ୍ତି ସାଗରିକା । ଅଭିନେତ୍ରୀ ସାଗରିକାଙ୍କ ସହ ନିର୍ବନ୍ଧ ନେଇ ଟୁଇଟ୍ କରିଛନ୍ତି କ୍ରିକେଟର ଜାହିର ଖାନ । ସାଗରିକା ମଧ୍ୟ ନିଜ ଟୁଇଟର ଆକାଉଂଟରେ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି ।
ବାହା ହେବେ ଜାହିର ଖାନ ! ‘ଚକ୍ ଦେ ଇଣ୍ଡିଆ’ର ନାୟିକା ସାଗରିକା ଘଟଗେଙ୍କ ସହ କଲେ ନିର୍ବନ୍ଧ
/kanak/media/post_attachments/wp-content/uploads/2017/04/zaheer-khan-and-sagarika_806x605_51493052562.jpg)