ସରକାରଙ୍କ ବଡ ନିଷ୍ପତ୍ତି : ବାୟୁସେନା ଓ ନୌସେନା ପ୍ରମୁଖଙ୍କୁ ଏବେ ମିଳିବ ଜେଡ୍ ପ୍ଲସ୍ ସୁରକ୍ଷା 

143

ଜାମ୍ମୁ-କାଶ୍ମୀରର ପୁଲୱାମାରେ ୧୪ ଫେବୃୟାରୀରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ସହିତ ବଢ଼ିଥିବା ଉତ୍ତେଜନାକୁ ଦେଖି କେନ୍ଦ୍ର ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ଏବେ ଭାରତୀୟ ବାୟୁସେନା ଓ ନୈାସେନାର ପ୍ରମୁଖଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା ଉପଲବ୍ଧ କରାଯିବ । ଅଧିକାରୀ ଏହି ସୂଚନା ଦେଇଛନ୍ତି ।

ବାୟୁସେନା ପ୍ରମୁଖ ଏୟାର ମାର୍ଶଲ ବିଏସ୍ ଧନୋଆ ଓ ନୌସେନା ପ୍ରମୁଖ ଏଡମିରାଲ ସୁନୀଲ ଲାମ୍ବାଙ୍କ ସାମ୍ଭାବ୍ୟ ବିପଦର ସମୀକ୍ଷା କରିବା ପରେ ଏହି ନିର୍ଣ୍ଣୟ ନିଆଯାଇଛି । ଏକ ସରକାରୀ ଅଧିକାରୀ କହିଛନ୍ତି କି, ଉଭୟ ସେନାଙ୍କ ପ୍ରମୁଖଙ୍କୁ ଜେଡ୍ ପ୍ଲସ୍ ଶ୍ରେଣୀର ସୁରକ୍ଷା ଦିଆଯିବ । ସେନା ପ୍ରମୁଖ ଜେନେରାଲ ବିପିନକ ରାୱତଙ୍କୁ ପୂର୍ବରୁ ହିଁ ଜେଡ୍ ପ୍ଲସ୍ ସୁରକ୍ଷା ମିିଳିସାରିଛି ।

ସୂଚନାଯୋଗ୍ୟ, ଜାମ୍ମୁ-କାଶ୍ମୀରର ପୁଲୱାମାରେ ୧୪ ଫେବୃୟାରୀକୁ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ କେନ୍ଦ୍ରୀୟ ରିଜର୍ଭ ପୁଲିସ୍ ଫୋର୍ସଙ୍କୁ ଲକ୍ଷ୍ୟ ବନାଇଥିଲା । ଏହି ଆତ୍ମଘାତୀ ଆକ୍ରମଣରେ ସିଆରପିଏଫର ୪୦ ଯବାନ ସହିଦ ହୋଇଥିଲେ । ଏହା ପରେ ହିଁ ପାକିସ୍ତାନ ସହିତ ଆତଙ୍କବାଦକୁ ନେଇ ଉତ୍ତେଜନା ବଜାୟ ରହିଛି ।