୧୧ ଜଣିଆ ଦଳରେ ନଥାଇ ବି ଖେଳିଲେ ଚହଲ । କନକ୍ସନ ନିୟମରେ ଦଳରେ ହେଲେ ସାମିଲ । ଜାଣନ୍ତୁ, କଣ ଏହି କନକ୍ସନ ନିୟମ?

2,778

କନକ ବ୍ୟୁରୋ : ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚରେ କନକ୍ସନ ନିୟମର ବ୍ୟବହାର କରାଯାଇଛି । ୧୧ ଜଣିଆ ଦଳରେ ସାମିଲ ନଥାଇ ବି ଏହି ନିୟମ ଜରିଆରେ ମ୍ୟାଚ ଖେଳିଲେ ୟୁଜବେନ୍ଦ୍ର ଚହଲ । ଚହଲଙ୍କୁ ରବିନ୍ଦ୍ର ଜାଡେଜାଙ୍କ କନକ୍ସନ ବିକଳ୍ପ ଭାବେ ଦଳରେ ସାମିଲ କରାଯାଇଥିଲା । ତେବେ ଏହି ନିୟମକୁ ନେଇ ଏବେ ଅଷ୍ଟ୍ରେଲିଆ ଖେଳାଳି ପ୍ରଶ୍ନ ଉଠାଇଛନ୍ତି ।

ଭାରତୀୟ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି-ଟ୍ୱେଣ୍ଟିରେ ୨୩ ବଲରେ ୪୪ ରନ କରି ପାଭିଲିୟନ ଫେରିଯାଇଥିଲେ । କାରଣ ଅଷ୍ଟ୍ରେଲିଆ ପେସ ବୋଲର ମିଚେଲ ଷ୍ଟାର୍କଙ୍କ ଏକ ବଲ ଜାଡେଜାଙ୍କ ହେଲମେଟରେ ଲାଗିଥିଲା । ଫଳରେ ସେ ଆହତ ହୋଇଥିଲେ । ପରେ କନକ୍ସନ ନିୟନ ଅନୁସାରେ ଚହଲଙ୍କୁ ବୋଲିଂ ପାଇଁ ଦଳରେ ସାମିଲ କରାଯାଇଥିଲା ।
ଆଉ ଚହଲ ଦଳରେ ସାମିଲ ହୋଇ ଚମତ୍କାର ବୋଲିଂ କରିଥିଲେ । ଚହଲ ୪ ଓଭର ବୋଲିଂ କରି ୩ଟି ୱିକେଟ ହାସଲ କରିଥିଲେ । ତେବେ ଚହଲଙ୍କ ଖେଳିବା ନେଇ ଅଷ୍ଟ୍ରେଲିଆ କୋଚ ଜଷ୍ଟିନ ଲାଙ୍ଗର ଆଇସିସି ରେଫରି ଡେଭିଡ ବୁନଙ୍କ ସହ ଯୁକ୍ତି କରିଥିଲେ । ସେହିପରି କନକ୍ସନ ନିୟମରେ ଜାଡେଜାଙ୍କ ବିକଳ୍ପ ଭାବେ ଚହଲଙ୍କୁ ଖେଳାଇବା ଠିକ କି ବୋଲି ପ୍ରଶ୍ନ କରିଛନ୍ତି ଅଷ୍ଟ୍ରେଲିଆ କେଳାଳି ହେନରିକ୍ସ ।

କଣ ଏହି କନକ୍ସନ ନିୟମ?
କନକ୍ସନ ନିୟମକୁ ମସ୍ତିଷ୍କାଘାତ ବଦଳ ଖେଳାଳି ମଧ୍ୟ କୁହାଯାଏ । ଚଳିତ ବର୍ଷ ଅଗଷ୍ଟ ୧ ତାରିଖରେ ଆଇସିସି କ୍ରିକେଟ ନିୟମରେ କିଛି ପରିବର୍ତ୍ତନ କରିଥିଲେ । ଏହି ନିୟମ ଅନୁସାରେ ଯଦି କୌଣସି ଖେଳାଳିଙ୍କ ମୁଣ୍ଡ ଓ ବେକରେ ଆଘାତ ଲାଗିଥାଏ, ତେବେ ତାଙ୍କ ସ୍ଥାନରେ ଅନ୍ୟ ଖେଳାଳିକୁ ଖେଳାଯାଇ ପାରିବ । ସେ ୧୧ ଜଣିଆ ଦଳରେ ନଥିଲେ ମଧ୍ୟ ଦଳରେ ସାମିଲ ହୋଇପାରିବେ ।