କନକ ବ୍ୟୁରୋ: କୋରିଓଗ୍ରାଫର ଧନଶ୍ରୀ ବର୍ମାଙ୍କୁ ବିବାହ କରିବେ ଭାରତୀୟ କ୍ରିକେଟ ଦଳର ସ୍ପିନର ୟୁଜବେନ୍ଦ୍ର ଚହଲ । ଉଭୟଙ୍କ ନିର୍ବନ୍ଧ ସରିଛି । ଏନେଇ ନିଜେ ସୂଚନା ଦେଇଛନ୍ତି ଚହଲ । ୩୦ ବର୍ଷୀୟ ଚହଲ ଧନଶ୍ରୀଙ୍କ ସହ ତାଙ୍କର ଏକ ଫଟୋ ସେୟାର କରି ନିର୍ବନ୍ଧ ସମ୍ପନ୍ନ ହୋଇଥିବା ଖବର ଦେଇଛନ୍ତି । ଏହାପରେ ଉଭୟଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି, ରୋହିତ ଶର୍ମା ପ୍ରମୁଖ ୟୁଜବେନ୍ଦ୍ର ଓ ଧନଶ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଚହଲ ଭାରତ ପାଇଁ ୫୨ଟି ଦିନିକିଆ ଓ ୪୨ଟି ଟି-୨୦ ଖେଳିଛନ୍ତି । ସେପ୍ଟେମ୍ବର ୧୯ରୁ ଆରମ୍ଭ ହେଉଥିବା ଚଳିତବର୍ଷ ଆଇପିଏଲରେ ଚହଲ ଆରସିବି ପକ୍ଷରୁ ଖେଳିବେ ।

Advertisment

ଭାରତୟ କ୍ରିକେଟ୍ ଦଳର ସ୍ପିନର୍‌ ୟୁଜବେନ୍ଦ୍ର ଚହଲ ଏବଂ ତାଙ୍କ ବାଂଧବୀ କୋରିଓଗ୍ରାଫର୍‌ ଧନଶ୍ରୀ ବର୍ମାଙ୍କ ବିବାହ ନିଶ୍ଚିତ ହୋଇଛି। ଶନିବାର ଉଭୟଙ୍କ ପରିବାର ଉପସ୍ଥିତିରେ ରୋକା ଉତ୍ସବ ସମ୍ପନ୍ନ ହେବା ପରେ ଏହା ଜଣାପଡିଛି। ଉଭୟ ପରସ୍ପରକୁ ‘ହଁ’ କହିବା ପରେ ଭବିଷ୍ୟତରେ ବିବାହ କରିବା ଲାଗି ପାରିବାରିକ ସ୍ବୀକୃତି ପାଇଯାଇଛନ୍ତି। ପାରମ୍ପରିକ ପୋଷାକରେ ଥିବା ଏକ ମିଳିତ ଫଟୋକୁ ଟ୍ବିଟ୍‌ କରି ଚହଲ ନିଜେ ଏହା ସ୍ପଷ୍ଟ କରିଛନ୍ତି।

ଚହଲ ଏବେ ଆଇପିଏଲ୍‌-୧୩ ପାଇଁ ପ୍ରସ୍ତୁତିରେ ମଧ୍ୟ ରହିଛନ୍ତି। ସେପ୍ଟେମ୍ବର ୧୯ରୁ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ୟୁଏଇରେ ଖେଳାଯିବ। ଚହଲ ଆର୍‌ସିବି ଦଳ ସହ ରହିଛନ୍ତି। ‌ଶେଷ ଥର ପାଇଁ ଚହଲ ଚଳିତ ବର୍ଷ ଫେବ୍ରୁଆରିରେ ନ୍ୟୁଜିଲାଣ୍ଡ ଗସ୍ତରେ ଦିନିକିଆ ଖେଳିଥିଲେ। ୩୦ ବର୍ଷୀୟ ଚହଲ ଅଦ୍ୟାବଧି ଭାରତ ପାଇଁ ୫୨ ଦିନିକିଆ ଓ ୪୨ ଟି-୨୦ ଅନ୍ତର୍ଜାତୀୟ ଖେଳି ସାରିଛନ୍ତି।