କନକ ବ୍ୟୁରୋ : ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂଙ୍କ ଏକ ଟ୍ୱିଟ୍ ଏବେ ଭାଇରାଲ ହେବାରେ ଲାଗିଛି । ଯେଉଁ ଟ୍ୱିଟରେ ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ପାଇଁ ଭାବୁକ କରିଦେବା ଭଳି ବାର୍ତ୍ତା ଦେଇଛନ୍ତି ଯୁବରାଜ । ଏହାସହ ବିରାଟଙ୍କ ପ୍ରଂଶସାରେ ମଧ୍ୟ ଶତମୁଖ ହୋଇଛନ୍ତି ପୂର୍ବତନ ଭାରତୀୟ ବିସ୍ଫୋରକ ବ୍ୟାଟର ଯୁବରାଜ ।

Advertisment

ଯୁବରାଜ ଟ୍ୱିଟ୍ କରି ଲେଖିଛନ୍ତି, ବିରାଟ ମୁଁ ତୁମର କ୍ରିକେଟ କ୍ୟାରିୟର ଓ ବ୍ୟକ୍ତିତ୍ୱ ଆଗକୁ ବଢିଥିବାର ଦେଖଛି । ଯୁବ ଖେଳାଳୀ ଭାବେ ତୁମେ ମଧ୍ୟ ମହାନ କ୍ରିକେଟରଙ୍କ ସହ ନିଜର କ୍ରିକେଟ କ୍ୟାରିୟର ଆରମ୍ଭ କରିଥିଲ । ଆଉ ଆଜି ମହାନ ଖେଳାଳୀ ଭାବେ ତୁମେ ପରିଚିତ । ଏବେ ତୁମେ ଯୁବ ଓ ନୂଆ ଖେଳାଳୀଙ୍କ ପାଇଁ ପ୍ରେରଣା ପାଲଟିଛ । ଏହାସହ କୋହଲିଙ୍କ ଅନୁଶାସନ ଓ ଖେଳ ପ୍ରତି ଥିବା ସମର୍ପଣ ଭାବକୁ ନେଇ ପ୍ରଂଶସା କରିଛନ୍ତି ଯୁବରାଜ । ସେ କହିଛନ୍ତି ତୁମେ ପୂରା ବିଶ୍ୱ ପାଇଁ କିଙ୍ଗ୍ କୋହଲି ହୋଇପାର କିନ୍ତୁ ମୋ ପାଇଁ ପ୍ରିୟ ଚିକୁ । ଏହାସହ କୋହଲିଙ୍କୁ ଏକ ଗୋଲଡେନ ବୁଟ୍ ମଧ୍ୟ ଉପହାରରେ ଦେଇଛନ୍ତି ଆଉ କହିଛନ୍ତି, କ୍ରିକେଟ ପ୍ରତି ତୁମ ଅବଦାନ ପାଇଁ ଉପହାରରେ ଏହି ଗୋଲଡେନ ବୁଟ୍ ।

ଉଭୟ ଟି-୨୦ ଓ ଦିନିକିଆ ବିଶ୍ୱକପ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିବା ଯୁବରାଜ କହିଛନ୍ତି, ଅଭ୍ୟାସ ସମୟରେ ଅନୁଶାସନ, ପଡିଆରେ ତୁମର ଦାୟିତ୍ୱ, ଖେଳ ପ୍ରତି ଥିବା ସମର୍ପଣ ଭାବ ପାଇଁ ଯୁବ ଖେଳାଳୀଙ୍କୁ ଏବେ ନୀଳ ଜର୍ସି ସହ ବ୍ୟାଟ ଧରିବାକୁ ପ୍ରେରିତ କରୁଛି ।ତୁମେ ପ୍ରତିବର୍ଷ ନିଜର ଖେଳକୁ ଆଗକୁ ବଢାଉଛ । ତୁମେ ଜଣେ ମହାନ ଅଧିନାୟକ ବୋଲି କହିଛନ୍ତି ଯୁବରାଜ ।ତୁମେ ଯେମିତି ଅଛ, ସେମିତି ରୁହ । ପୂରା ଦେଶକୁ ଗର୍ବିତ କର ।