୨୦୧୧ ବିଶ୍ୱକପ ହିରୋଙ୍କୁ କିଣିଲେନି କୌଣସି ଦଳ ! ବିକ୍ରି ହେଲେନି ଯୁବରାଜ ସିଂହ ।

280

କନକ ବ୍ୟୁରୋ : ଜୟପୁରରେ ଆଜି ଚାଲିଛି ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୧୯ ପାଇଁ ନିଲାମୀ ପ୍ରକ୍ରିୟା । ୩୫୧ ଜଣ କ୍ରିକେଟ୍ ତାରକାଙ୍କ ନାଁ ନିଲାମୀ ପ୍ରକ୍ରିୟାରେ ରହିଥିବା ବେଳେ ଏଥିରେ ୨୨୮ ଜଣ ଭାରତୀୟ କ୍ରିକେଟର ମଧ୍ୟ ସାମିଲ ଅଛନ୍ତି । ଚଳିତବର୍ଷ ନିଲାମୀ ପ୍ରକ୍ରିୟା ପାଇଁ ସବୁଠୁ ଚର୍ଚ୍ଚାରେ ରହିଥିଲେ ଭାରତୀୟ ଖେଳାଳୀ ତଥା ଯୁବ ତାରକା ଯୁବରାଜ ସିଂହ । କିନ୍ତୁ ପ୍ରଥମ ପର୍ଯ୍ୟାୟ ନିଲାମୀ ପ୍ରକ୍ରିୟାରେ ଯୁବରାଜ ସିଂହଙ୍କୁ କୌଣସି ଦଳ କିଣିନାହାନ୍ତି । ପ୍ରଥମ ପର୍ଯ୍ୟାୟରେ ବିକ୍ରି ହୋଇନାହାନ୍ତି ଯୁବରାଜ ।

ସେହିପରି ଅନ୍ୟ ଭାରତୀୟ ଖେଳାଳୀଙ୍କ ମଧ୍ୟରେ ମନୋଜ ତିୱାରୀ, ଚେତେଶ୍ୱର ପୂଜାରା, ନମନ ଓଝା, ରାହୁଲ ଶର୍ମା ମଧ୍ୟ ପ୍ରଥମ ପର୍ଯ୍ୟାୟରେ ବିକ୍ରି ହୋଇନାହାନ୍ତି । ତେବେ ଆଜି ନିଲାମୀ ପ୍ରକ୍ରିୟାରେ ପ୍ରଥମ ଭାରତୀୟ ଖେଲାଳୀ ଭାବେ ବିକ୍ରି ହୋଇଛନ୍ତି ହନୁମା ବିହାରୀ । ୨ କୋଟି ଟଙ୍କାରେ ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କୁ କିଣିଛି । ତେବେ ଏପର୍ଯ୍ୟନ୍ତ ସବୁଠାରୁ ଦାମୀ ଖେଳାଳୀ ଭାବେ ବିକ୍ରି ହୋଇଛନ୍ତି ଜୟଦେବ ଉନାଦକଟ୍ । ଏହି ଭାରତୀୟ ଖେଳାଳୀଙ୍କୁ ୮ କୋଟି ୪୦ ଲକ୍ଷ ଟଙ୍କାରେ କିଣିଛି ରାଜସ୍ଥାନ ରୟାଲ୍ସ ।