୬ ବଲରେ ୬ ଟି ଛକା ମାରିବା ଘଟଣା, ଫ୍ଲିଣ୍ଟଫଙ୍କୁ ଏମିତି ଫଟୋ ଟ୍ୟାଗ କରି ଚିଡାଇଲେ ଯୁବରାଜ

୬ ବଲରେ ୬ ଟି ଛକା ମାରିବା ଘଟଣା, ଫ୍ଲିଣ୍ଟଫଙ୍କୁ ଏମିତି ଫଟୋ ଟ୍ୟାଗ କରି ଚିଡାଇଲେ ଯୁବରାଜ

କନକ ବ୍ୟୁରୋ : ୧୪ ବର୍ଷ ପୂବେ ଆଜିର ଦିନରେ ଭାରତୀୟ କ୍ରିକେଟର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ ଟି-୨୦ ବିଶ୍ୱକପରରେ ଇଂଲଣ୍ଡ ବିରୋଧରେ ଗୋଟିଏ ଓଭରରେ ଲଗାତର ୬ ଟି ଛକା ଲଗାଇଥିଲେ । ସେ ସେତେବେଳେ ଇଂଲଣ୍ଡର ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରାଡଙ୍କୁ ଟାର୍ଗେଟ୍ କରି ତାଙ୍କର ଗୋଟିଏ ଓଭରରେ ଲଗାତର ୬ ଟି ଛକା ମାରି ଇତିହାସ ରଚିଥିଲେ । ଏହା ଭାରତୀୟ କ୍ରିକେଟ ଇତିହାସରେ ସବୁଠାରେ ଏକ କିର୍ତ୍ତୀମାନର ଦିନ । ଆଜି ବି ଯୁବରାଜ ସିଂ ସେହି ସମୟକୁ ମନେ ପକାଇଛନ୍ତି । ଏହି କ୍ରମରେ ବ୍ରଡଙ୍କ ବଦଳରେ ଫ୍ଲିଣ୍ଟଫଙ୍କୁ ଏକ ମଜାଳିଆ ଫଟୋ ଟ୍ୟାଗ କରିଛନ୍ତି ।

ଯୁବରାଜ ଏଭଳି ଭାବେ ଏକ ଓଭର ଖେଳିବା ପଛରେ ଏକ କାହାଣୀ ବି ରହିଛି । ଯୁବରାଜ ସିଂ ସେହିଦିନ ଡରବାନ କ୍ରିକେଟ ଗ୍ରାଉଣ୍ଡକୁ ଏକ ଭୟଙ୍କର ମାନସିକତାରେ ଉହ୍ଲାଇଥିଲେ । ସେପଟେ ବ୍ରଡଙ୍କ ଉଭର ଆରମ୍ଭ ହେବା ପୂର୍ବରୁ କିଛି କାରଣକୁ ନେଇ ଫ୍ଲିଣ୍ଟଫ୍ ଓ ଯୁବରାଜଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ସ୍ଥିତି ଏଭଳି ହୋଇଥିଲା କି ଉଭୟ ଖେଳାଳୀଙ୍କୁ ଶାନ୍ତ କରିବାକୁ ଅମ୍ପାୟରଙ୍କୁ ହସ୍ତକ୍ଷେପ କରିବାକୁ ପଡିଥିଲା । ଆଜି ଯୁବରାଜ ସିଂ ସେହି କ୍ଷଣକୁ ମନେ ପକାଇ ଏଭଳି ଏକ ମଜାଳିଆ ଫଟୋ ଫ୍ଲିଣ୍ଟଫ୍ ଙ୍କୁ ସେୟାର କରିଛନ୍ତି ।

ଏହି ମଜାଳିଆ ଫଟୋକୁ ସେୟାର କରି ଯୁବରାଜ ଫ୍ଲିଣ୍ଟଫଙ୍କୁ ଲେଖିଛନ୍ତି ଯେ ‘ଏହା କେତେ ମଜାଳିଆ, ଯିଏ ବି ଏହାକୁ ପ୍ରସ୍ତୁତ କରିଛି... ଆପଣଙ୍କୁ ଏହା କିଭଳି ଲାଗିଛି ଫ୍ଲିଣ୍ଟଫ୍ ।’ ଯୁବରାଜ ଏହି କ୍ୟାପସନ ସହ ବି ଏକ ଇମୋଜୀ ସେୟାର କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe