କୋହଲିଙ୍କ ପାଇଁ ଭାବପୂର୍ଣ୍ଣ ଚିଠି ଲେଖିଲେ ଯୁବରାଜ । ଉପହାର ସ୍ୱରୂପ ଦେଲେ ସୁନାର ବୁଟ୍ ।

358

କନକ ବ୍ୟୁରୋ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ଏକ ଭାବପୂର୍ଣ୍ଣ ଚିଠି ଲେଖିଛନ୍ତି । ଚିଠିରେ ବିରାଟଙ୍କ ଭୂୟସୀ ପ୍ରଂଶସା କରିବା ସହ ଯୁବରାଜ ପୁରୁଣା ଦିନର କିଛି ସ୍ମରଣୀୟ କଥାକୁ ମଧ୍ୟ ଉଲ୍ଲେଖ କରିଛନ୍ତି । ବିରାଟ ନିଜ କ୍ୟାରିୟରକୁ ବେଶ ଗମ୍ଭୀରତା ସହ ଗ୍ରହଣ କରିଛନ୍ତି ବୋଲି ଚିଠିରେ କହିଛନ୍ତି ଯୁବରାଜ ।

ବିରାଟ ଅନୁଶାସନ ଓ ସମର୍ପଣ ଭାବନାରେ ଖେଳିଛନ୍ତି । ଯାହା ବେଶ ପ୍ରଂଶସନୀୟ ବୋଲି ଯୁବରାଜ ଏହି ଚିଠିରେ ଉଲ୍ଲେଖ କରିଛନ୍ତି । ଶେଷରେ ଯୁବରାଜ ଲେଖିଛନ୍ତି ପୂରା ଦୁନିଆ ପାଇଁ ବିରାଟ ହେଉଛନ୍ତି କିଙ୍ଗ କୋହଲି । କିନ୍ତୁ ତାଙ୍କ ପାଇଁ ସେ ସବୁବେଳେ ଚିକୁ ହୋଇ ରହିବେ । ଚିଠି ଲେଖିବା ସହ ବିରାଟଙ୍କୁ ଉପହାର ସ୍ୱରୂପ ଏକ ସୁନାର ବୁଟ୍ ମଧ୍ୟ ପ୍ରଦାନ କରିଛନ୍ତି ।