ବାପା ହେଲେ ଯୁବରାଜ । ପୁତ୍ର ସନ୍ତାନ ଜନ୍ମ ଦେଲେ ପତ୍ନୀ ହେଜେଲ କିଚ୍ । 

206

କନକ ବ୍ୟୁରୋ: ବାପା ହେଲେ ଯୁବରାଜ । ପୂର୍ବତନ ଭାରତୀୟ ଷ୍ଟାର କ୍ରିକେଟର ଯୁବରାଜ ସିଂ ମଙ୍ଗଳବାର ବାପା ହୋଇଛନ୍ତି । ମଙ୍ଗଳବାର ପତ୍ନୀ ହେଜେଲ କିଚ୍ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିବା ନେଇ ସୋସିଆଲ ମିଡିଆରେ ପୋଷ୍ଟ ସେୟାର  କରି ଜଣାଇଛନ୍ତି ଯୁବରାଜ ।

ଯୁବରାଜ ସେୟାର କରିଥିବା ପୋଷ୍ଟରେ ଲେଖିଛନ୍ତି, ଭଗବାନଙ୍କ ଆର୍ଶୀବାଦରୁ ଆମେ ଏକ ପୁତ୍ର ସନ୍ତାନର ଜନକ ହୋଇଛୁ । ଆଉ ଏଭଳି ଆର୍ଶୀବାଦ ଦେଇଥିବାରୁ ଭଗବନାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଯୁବରାଜ । ଗତ ୨୦୧୬ ନଭେମ୍ବର ୩୦ରେ ଯୁବରାଜ ଓ ହାଜେଲ ବିବାହ କରିଥିଲେ । ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ଭାବେ ଯୁବରାଜ ଜଣାଶୁଣା ଥିବା ବେଳେ ହେଜେଲ କିଚ୍ ବିଜ୍ଞାପନ ଦୁନିଆରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଏପରିକି ସଲମାନଙ୍କ ଅଭିନୀତ ଫିଲ୍ମ ବଡିଗାର୍ଡରେ ହେଜେଲଙ୍କୁ ଏକ ପ୍ରମୁଖ ଭୂମିକାରେ ମଧ୍ୟ ଦେଖିବାକୁ ମିଳିଥିଲା । ବଲିଉଡ ସହ କିଛି ତେଲୁଗୁ ଫିଲ୍ମରେ ମଧ୍ୟ କାମ କରିଛନ୍ତି ହାଜେଲ ।

ସେହିଭଳି ଭାରତର ଷ୍ଟାର ଅଲରାଉଣ୍ଡର ଯୁବରାଜ ୨୦୧୯ରେ ଅର୍ନ୍ତଜାତୀୟ କ୍ରିକେଟକୁ ଅଲବିଦା କହିଥିଲେ । ଭାରତ ପାଇଁ ୩୦୪ଟି ଦିନିକିଆ ଖେଳିଥିବା ଯୁବରାଜ ବିଶ୍ୱବିଜେତା ଦଳର ସଦସ୍ୟ ରହିଛନ୍ତି ।