ସବୁ ପ୍ରକାରର କ୍ରିକେଟରୁ ଅବସର ଘୋଷଣା କଲେ ୟୁସୁଫ ପଠାନ୍ । ୨୦୦୭ ଓ ୨୦୧୧ ବିଶ୍ୱକପ୍ ବିଜୟୀ ଦଳର ଥିଲେ ସଦସ୍ୟ ।

Advertisment
ସବୁ ପ୍ରକାରର କ୍ରିକେଟରୁ ଅବସର ଘୋଷଣା କଲେ ୟୁସୁଫ ପଠାନ୍ । ୨୦୦୭ ଓ ୨୦୧୧ ବିଶ୍ୱକପ୍ ବିଜୟୀ ଦଳର ଥିଲେ ସଦସ୍ୟ ।

କନକ ବ୍ୟୁରୋ : ଟିମ୍ ଇଣ୍ଡିଆର ଅଲରାଉଣ୍ଡର ୟୁସୁଫ ପଠାନ ଅନ୍ତର୍ଜାତୀୟ ତଥା ଘରୋଇ କ୍ରିକେଟର ସବୁ ଫର୍ମାଟରୁ ଅବସର ନେବାକୁ ଘୋଷଣା କରିଛନ୍ତି । ଡାହାଣହାତୀ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ୟୁସୁଫ ପଠାନ ଶୁକ୍ରବାର ଦିନ ଟ୍ୱିଟରରେ ନିଜର ଅବସର ବାବଦରେ ଘୋଷଣା କରିଛନ୍ତି । ସେ ଅତ୍ୟନ୍ତ ଭାବପୂର୍ଣ୍ଣ ବାର୍ତ୍ତା ପୋଷ୍ଟ କରି ତାଙ୍କ ପ୍ରଶଂସକମାନଙ୍କୁ ଧନ୍ୟବାଦ ଦେଇଛନ୍ତି ।

ୟୁସୁଫ ପଠାନ ଲେଖିଛନ୍ତି, ‘ମୋର ମନେ ଅଛି ଯେଉଁ ଦିନ ମୁଁ ପ୍ରଥମ ଥର ପାଇଁ ଭାରତୀୟ ଜର୍ସି ପିନ୍ଧିଥିଲି। ମୁଁ କେବଳ ସେହି ଜର୍ସି ପିନ୍ଧି ନଥିଲି, ମୋ ପରିବାର, ପ୍ରଶିକ୍ଷକ, ବନ୍ଧୁ ଏବଂ ସମଗ୍ର ଦେଶ ସେହି ଜର୍ସି ପିନ୍ଧିଥିଲେ। ମୋର ପିଲାଦିନ, ଜୀବନ କ୍ରିକେଟ୍ ପରିବେଶରେ ଅତିବାହିତ ହୋଇଥିଲା ଏବଂ ମୁଁ ଅନ୍ତର୍ଜାତୀୟ, ଘରୋଇ ଏବଂ ଆଇପିଏଲ୍ କ୍ରିକେଟ୍ ଖେଳିଥିଲି  କିନ୍ତୁ ଆଜି କିଛି ଅଲଗା ହୋଇଛି । ଆଜି କୌଣସି ବିଶ୍ୱକପ୍ କିମ୍ବା ଆଇପିଏଲ୍ ଫାଇନାଲ୍ ନାହିଁ, କିନ୍ତୁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ଆଜି କ୍ରିକେଟର ଭାବରେ ମୋର କ୍ୟାରିୟର ସମ୍ପୂର୍ଣ୍ଣ ଶେଷ ହେବାକୁ ଯାଉଛି। ମୁଁ ଆନୁଷ୍ଠାନିକ ଭାବେ ମୋର ଅବସର ଘୋଷଣା କରୁଛି।'

ୟୁସୁଫ ପଠାନ ୧୦୦ ଟି ପ୍ରଥମ ଶ୍ରେଣୀ ମ୍ୟାଚରେ ହାରାହାରି ୩୪.୪୬ ରେ ୪୮୨୫ ରନ୍ ସଂଗ୍ରହ କରିଥିଲେ, ଯେଉଁଥିରେ ୧୧ଟି ଶତକ ଥିଲା ।  ୟୁସୁଫ୍ ୧୯୯ ତାଲିକା-ଏ ଏବଂ ୨୭୪ ଟି -୨୦ ମ୍ୟାଚ୍ ମଧ୍ୟ ଖେଳିଥିଲେ । ତାଲିକା ଏ କ୍ରିକେଟ୍ ରେ ସେ ୯ଟି ଶତକ ହାସଲ କରିଥିବାବେଳେ ଟି -୨୦ ରେ ଗୋଟିଏ ଶତକ ହାସଲ କରିଥିଲେ । ୟୁସୁଫ ପଠାନଙ୍କ ଆଇପିଏଲ କ୍ୟାରିୟର ବିଷୟରେ କହିବାକୁ ଗଲେ ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ୧୭୪ଟି ମ୍ୟାଚରେ ୩୨୦୪ ରନ୍ ସ୍କୋର କରିଥିଲେ, ଯେଉଁଥିରେ ସେ ୧୩ ଟି ଅର୍ଦ୍ଧଶତକ ଓ ଗୋଟିଏ ଶତକ ହାସଲ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe